Advertisment

ଉଷସୀ ମିଶ୍ରଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି।  ସେ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରା।  ପାଲଲହଡ଼ା ଏସ୍‌ଡ଼ିପିଓ ଯଶୋବନ୍ତ ସାମଲ ଏହି ସୂଚନା ହେଇଛନ୍ତି। ଉଷସୀ ମିଶ୍ରଙ୍କୁ ଦୁଷ୍ମନ୍ତ ବେହେରା ମାରପିଟ୍‌ କରିବା ଅଭିଯୋଗ ଥିଲା। ଉଷସୀ ଅଭିଯୋଗ କରିଥିଲେ ଯେ, ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା ବେଳେ ଭିଡ଼ କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ […]

ଉଷସୀ ମିଶ୍ରଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

usasi misra

Advertisment

ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ କରିଛି।  ସେ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରା।  ପାଲଲହଡ଼ା ଏସ୍‌ଡ଼ିପିଓ ଯଶୋବନ୍ତ ସାମଲ ଏହି ସୂଚନା ହେଇଛନ୍ତି।

Advertisment

ଉଷସୀ ମିଶ୍ରଙ୍କୁ ଦୁଷ୍ମନ୍ତ ବେହେରା ମାରପିଟ୍‌ କରିବା ଅଭିଯୋଗ ଥିଲା। ଉଷସୀ ଅଭିଯୋଗ କରିଥିଲେ ଯେ, ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା ବେଳେ ଭିଡ଼ କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।

କାର୍‌ରୁ ଓହ୍ଲାଇ ଇନ୍ଦ୍ରମଣିକୁ ଚାପୁଡ଼ା ମାରିବାରୁ ତାଙ୍କୁ ଗାଳିଗୁଲଜ, ଧସ୍ତାଧସ୍ତି, ଚୁଟି ଝିଙ୍କି ମାଡ଼ ମରାଯାଇଥିଲା ବୋଲି ଉଷସୀ ଅଭିଯୋଗ କରିଥିଲେ।  ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ବୋଲି ସେ କହିଥିଲେ।  ଏହି ଘଟଣାକୁ ନେଇ ଇନ୍ଦ୍ରମଣି, ତାଙ୍କ ଦୁଇ ପୁଅ ଓ ଜଣେ ସହଯୋଗୀଙ୍କ ବିରୋଧରେ କଣିହା ଥାନାରେ ଉଷସୀ ଅଭିଯୋଗ କରିଥିଲେ। ଏପରିକି ସେ ଅନୁଗୁଳ ଏସ୍‌ପିଙ୍କୁ ମଧ୍ୟ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

Advertisment
Odia Actress Usasi Misra Usasi Misra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ