Advertisment

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ। ଗତ ୨ଦିନ ହେଲା ପ୍ରାୟ ୧୦ହଜାର କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଏହା ବନ ବିଭାଗର ଚିନ୍ତା ବଢାଇ ଦେଇଛି। ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ସମୟରେ ପୁଣି ଥରେ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭ ରିଡଲେ। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ। ସୂଚନା ଅନୁସାରେ ଗତ ଦୁଇ […]

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ଦାନ

olive ridley

Advertisment

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ। ଗତ ୨ଦିନ ହେଲା ପ୍ରାୟ ୧୦ହଜାର କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଏହା ବନ ବିଭାଗର ଚିନ୍ତା ବଢାଇ ଦେଇଛି।

Advertisment

ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ସମୟରେ ପୁଣି ଥରେ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭ ରିଡଲେ। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ।

ସୂଚନା ଅନୁସାରେ ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧୦ ହଜାର ଅଲିଭ ରିଡଲେ ସମୂହ ଅଣ୍ଡାଦାନରେ ସାମିଲ ହୋଇଛନ୍ତି। ପୂର୍ବରୁ ଗତ ଫେବୃୟାରୀ ୨୦ରେ ପ୍ରାୟ ୪ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହାର ୫୦ ଦିନ ପରେ ଲକ୍ଷାଧିକ କଇଁଛ ଛୁଆ ସମୁଦ୍ର ମୁହାଁ ହେଲେଣି। ତେବେ କଇଁଛ ଛୁଆଙ୍କ ସମୁଦ୍ର ମୁହାଁ ସମୟରେ ପୁଣି ଥରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ବନ ବିଭାଗର ଚିନ୍ତା ବଢାଇ ଦେଇଛି।

Advertisment

ସୂଚନା ଅନୁସାରେ,  ପୂର୍ବରୁ ୨୦୦୬ ଏବଂ ୨୦୧୨ ମସିହାରେ ଅଲିଭ ରିଡଲେ ଏଭଳି ସମୂହ ଅଣ୍ଡାଦାନ କରିଥିଲେ। ତେବେ ଘଟଣାର ୭ବର୍ଷ ପରେ ଏଭଳି ଅଣ୍ଡାଦାନକୁ ପରିବେଶବିତ୍‌ଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଅସମୟରେ କଇଁଛଙ୍କ ଅଣ୍ଡା ଦାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପରୀକ୍ଷା କରାଯିବା ଆବଶ୍ୟକ ବୋଲି ଡିଏଫ୍ଓ କହିଛନ୍ତି।

Olive Ridley Olive Ridley Turtle Rushikulya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ