Advertisment

ସମାନ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବାପ-ପୁଅ

ବାଲେଶ୍ୱର : ପାଠପଢା ଆଗରେ ହାର ମାନିଥାଏ ବୟସ। ଏହି ଉକ୍ତିକୁ ସଫଳ କରିଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବିଜେପି ନେତା ଅରୁଣ ବେଜ। ଜଲେଶ୍ୱର ଅଞ୍ଚଳର ୫୮ ବର୍ଷୀୟ  ଅରୁଣ ଏବଂ ତାଙ୍କ ପୁଅ ୩୦ ବର୍ଷୀୟ ବିଶ୍ୱଜିତ ଏକାଠି ମାଟ୍ରିକ୍ ପାସ୍ କରିଛନ୍ତି। ଉଭୟେ ଜଳେଶ୍ୱର ଅଞ୍ଚଳର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢିଥିଲେ। ଆଉ ସେମାନେ ମନୋରଞ୍ଜନ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ବାଲେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଥିବା ଅରୁଣ […]

ସମାନ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବାପ-ପୁଅ

father-son

Advertisment

ବାଲେଶ୍ୱର : ପାଠପଢା ଆଗରେ ହାର ମାନିଥାଏ ବୟସ। ଏହି ଉକ୍ତିକୁ ସଫଳ କରିଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବିଜେପି ନେତା ଅରୁଣ ବେଜ। ଜଲେଶ୍ୱର ଅଞ୍ଚଳର ୫୮ ବର୍ଷୀୟ  ଅରୁଣ ଏବଂ ତାଙ୍କ ପୁଅ ୩୦ ବର୍ଷୀୟ ବିଶ୍ୱଜିତ ଏକାଠି ମାଟ୍ରିକ୍ ପାସ୍ କରିଛନ୍ତି।

Advertisment

publive-imageଉଭୟେ ଜଳେଶ୍ୱର ଅଞ୍ଚଳର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢିଥିଲେ। ଆଉ ସେମାନେ ମନୋରଞ୍ଜନ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ବାଲେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଥିବା ଅରୁଣ କୌଣସି କାରଣ ବଶତଃ ମାଟ୍ରିକ୍ ପାସ୍ କରିପାରିନଥିଲେ। ପରବର୍ତ୍ତୀ ସମୟରେ ପୁଅ ବିଶ୍ୱଜିତ୍ ମଧ୍ୟ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ।

publive-imageତେଣୁ ଏକାଠି ଉଭୟେ ମାଟ୍ରିକ ପରୀକ୍ଷା ଦେବା ଲାଗି ନିଷ୍ପତ୍ତି ନେଇଥିଲେ। କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ଉଭୟ ବାପ ପୁଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସମାନ ୩୪୨ ନମ୍ବର ରଖି ପାସ୍ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Advertisment
Balasore Same Marks Father-son Matric Examination BJP Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ