Advertisment

କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କୁ ନା, ହେଲେ ନିଜ ଅଫିସରଙ୍କୁ ହଁ : ରାଜ୍ୟ ଯୋଜନା ସଫଳ କରିବାକୁ ଥିଓରି

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି  ୩୨ ଜଣ ଅଫିସରଙ୍କ ତାଲିକା।  ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ। ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଗ୍ରାଉଣ୍ଡରେ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରିବା,  ନିରପେକ୍ଷ ଭାବେ ମତାମତ ସଂଗ୍ରହ କରି ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଏହି […]

କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କୁ ନା, ହେଲେ ନିଜ ଅଫିସରଙ୍କୁ ହଁ : ରାଜ୍ୟ ଯୋଜନା ସଫଳ କରିବାକୁ ଥିଓରି

modi

Advertisment

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି  ୩୨ ଜଣ ଅଫିସରଙ୍କ ତାଲିକା।  ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ। ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଗ୍ରାଉଣ୍ଡରେ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରିବା,  ନିରପେକ୍ଷ ଭାବେ ମତାମତ ସଂଗ୍ରହ କରି ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଏହି ଅଫିସରମାନେ କାର୍ଯ୍ୟ କରିବେ ବୋଲି ରିଜୋଲୁସନରେ ଉଲ୍ଲେଖ ରହିଛି।

Advertisment

naveenସେପଟେ ଏହି କାର୍ଯ୍ୟକ୍ରମକୁ ନେଇ ସମାଲୋଚନା କରିଛି ବିଜେପି। କେନ୍ଦ୍ରୀୟ ସ୍କିମ୍ ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବାରୁ  ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୮ଟି ପଛୁଆ ଜିଲ୍ଲା ପାଇଁ ପ୍ରଭାରୀ ଅଫିସର୍ ନିଯୁକ୍ତ କରିଥିଲେ।  କିନ୍ତୁ ରାଜ୍ୟ ଗ୍ରହଣ କଲାନି। ହେଲେ ଯେହେତୁ ନିଜ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ବିଜେଡି ବିଧାୟକମାନେ ବିଫଳ, ସେଥିପାଇଁ ଅଫିସରଙ୍କ ଉପରେ ଭରସା କରିଛନ୍ତି ବୋଲି ବିଜେପି କହିଛି।  ବିଜେଡି ଏହାର ଜବାବ୍ ରଖିଛି।

ମୋଦୀଙ୍କ ପ୍ରଭାରୀ ଅଫିସର ଓ ନବୀନଙ୍କ ଅଫିସର ପର୍ଯ୍ୟବେକ୍ଷକ କାର୍ଯ୍ୟକ୍ରମକୁ ସମାଲୋଚନା କରିଛି କଂଗ୍ରେସ। କେନ୍ଦ୍ର ସରକାର ରାଜ୍ୟ କଥାରେ ହସ୍ତକ୍ଷେପ କରିବା ଅନୁଚିତ। ସେପଟେ ରାଜ୍ୟର ନୂଆ ବ୍ୟବସ୍ଥା ଅନୁଯାୟୀ ଅଫିସରମାନେ ବିଜେଡିର ଏଜେଣ୍ଟ ଭାବ କାମ କରିବେ। ନିର୍ବାଚନ ଥିବାରୁ ଏଭଳି କାର୍ଯ୍ୟକ୍ରମ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରପ୍ରସାଦ ବାହୀନିପତି କହିଛନ୍ତି।

Advertisment

ରାଜ୍ୟ ସରକାର ସ୍କିମ୍ ପରେ ସ୍କିମ୍ ଘୋଷଣା କରୁଛନ୍ତି ହେଲେ କାର୍ଯ୍ୟକାରୀ ସଠିକ ନହେବା ନେଇ ସବୁବେଳେ ଅଭିଯୋଗ ଆସିଛି।  ତେବେ ନବୀନ ନିଯୁକ୍ତି ଦେଇଥିବା ଅଫିସର ପର୍ଯ୍ୟବେକ୍ଷକ ବ୍ୟବସ୍ଥା ଦ୍ୱାରା ରାଜ୍ୟ ସରକାରଙ୍କୁ କେତେ ଫାଇଦା ମିଳିବ ତାଉପରେ ନଜର।

Odisha Own Officers Review Government Schemes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ