Advertisment

ରାଜ୍ୟରେ ବଢ଼ିଛି ଅପରାଧ

ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର।  ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି।  ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍‌ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ […]

ରାଜ୍ୟରେ ବଢ଼ିଛି ଅପରାଧ

crime

Advertisment

ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର।  ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି।  ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି।

Advertisment

ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍‌ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ ଚାର୍ଜସିଟ୍ ଦାଖଲ କରାଯାଇଛି।

ସେହିପରି ୨୦୧୭ ମସିହାରେ ମୋଟ ୧ ହଜାର ୨୬୭ଟି ହତ୍ୟା ଓ ୨ ହଜାର ୨୨୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।  ରାଜନୈତିକ କାର୍ଯ୍ୟକଳାପରେ ବିରୋଧୀ ଦଳ ଓ ସେମାନଙ୍କ ବିଭିନ୍ନ ସାମ୍ମୁଖ୍ୟ ସ୍ଥାନୀୟ ସମସ୍ୟାକୁ ନେଇ କରିଥିବା ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି।

Advertisment

୨୦୧୭ ମସିହାରେ ୧୭ ଥର ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଦେଇଥିଲା।  ରାଜ୍ୟରେ ଏହି ବର୍ଷ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଦେଇନଥିବା ବେଳେ ୫୨ଟି ବାମପନ୍ଥୀ ଉଗ୍ରବାଦ ଜନିତ ଘଟଣା ଘଟିଥିଲା।  ରାଜ୍ୟର ୮ଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ଉଦ୍‌ବେଗ ଜନକ ରହିଥିଲା, ୮ଟି ଜିଲ୍ଲାରେ ଏହା ନିୟନ୍ତ୍ରଣାଧୀନ ରହିଥିଲା ଏବଂ ୫ଟି ଜିଲ୍ଲାରେ ଏହା ପରିଲକ୍ଷିତ ହୋଇନଥିଲା। ୩୫ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୨୬ଜଣ ଆତ୍ମସମର୍ପଣ କରିଥିଲେ।

Odisha Rape Case Odisha Assembly White Paper Crime Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ