Advertisment

ବିଧାନସଭାରେ ଆସିଲା ଲକ୍ଷେ ୨୦ ହଜାର କୋଟିର ବଜେଟ୍

ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ।  ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ […]

ବିଧାନସଭାରେ ଆସିଲା ଲକ୍ଷେ ୨୦ ହଜାର କୋଟିର ବଜେଟ୍

bugjet

Advertisment

ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ।  ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ ଥିବା ଯୋଜନାଗୁଡିକରେ ସରକାରଙ୍କ ଅଧିକ ଫୋକସ ରହିଛି।

Advertisment

ବିଶେଷ କରି ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଓ ପକ୍କା ଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାର ବିଜୁ ପକ୍କା ଘର ପାଇଁ  ୩ ହଜାର ୫୯୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲାଗି ୩ ହଜାର କୋଟି ଟଙ୍କା ଅଟକଳ ହୋଇଛି। ପୂର୍ବରୁ ଘୋଷଣା ହୋଇଥିବା ‘ଆମ ଗାଁ ଆମ ବିକାଶ’ ଯୋଜନା ପାଇଁ ୧ ହଜାର ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

publive-imageସେହିପରି ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଲାଗି ୨୨ ହଜାର ୬୮୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଥମ ଥର ଲାଗି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଖର୍ଚ୍ଚର ପରିମାଣ ୬୨ ହଜାର କୋଟି ଅଟକଳ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ବଜେଟ ଆକାରର ଅଧାରୁ ଅଧିକ।

Advertisment

ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯ ହଜାର ୬୭୮ କୋଟି  ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୬ ହଜାର ୧୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିଜୁ ଯୁବ ବାହିନୀ ଯୋଜନାରେ ୯୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ଖୁସି ଯୋଜନାରେ ନାପକିନ୍ ଯୋଗାଇବା ଲାଗି ୫୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ପାଇଁ ୫ ବର୍ଷରେ ୬୮୨ କୋଟି ବ୍ୟୟବରାଦ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏଥିପାଇଁ ୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେପଟେ ନୂଆ କରି ଆମ ଘରେ ଏଲଇଡି ଲାଇଟ୍ କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଏଥିପାଇଁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୪ଟି ଏଲଇଡି ଲାଇଟ୍ ଯୋଗାଇ ଦିଆଯିବ। ସେହିପରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଏବଂ ଜୀବିକା ବିକାଶ ପାଇଁ ଗ୍ରୀନ୍ ମହାନଦୀ ମିଶନରେ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।  ତେବେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ସ୍ୱର୍ଣ୍ଣ ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି।

Advertisment

କୃଷି ପାଇଁ ୧୬ ହଜାର ୭୬୫ କୋଟି -

୧୬ ହଜାର ୭୬୫ କୋଟି ଟଙ୍କାର କୃଷି ବଜେଟ ଆଗତ କରିଛନ୍ତି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା। ଏଥିରେ ଜଳସେଚନ ଓ କୃଷକ କଲ୍ୟାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କୃଷକଙ୍କ କଲ୍ୟାଣ ପାଇଁ ୨୫୦ କୋଟିର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ଚଳିତ ବଜେଟରେ ଜଳସେଚନକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଲାଗି ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଛି।  ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ବ୍ୟୟବରାଦ ହୋଇଛି। ସେପଟେ ଉନ୍ନତ ମାନର ବିହନ ଯୋଗାଣ ପାଇଁ ଶହେ କୋଟି, ସାର ଯୋଗାଇବା ପାଇଁ ଶହେ କୋଟିର ଆବର୍ତ୍ତନ ପାଣ୍ଠି ବା ରିଭଲଭିଂ ଫଣ୍ଡ, ଉଦ୍ୟାନ କୃଷି ପାଇଁ ୧୦୪ କୋଟି ବ୍ୟୟବରାଦ ହୋଇଛି।

ସେହିପରି ଚାଷୀଙ୍କୁ ସ୍ୱଳ୍ପ ସୁଧରେ କୃଷି ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୨୫ ଲକ୍ଷ ଚାଷୀ ବୀମାଭୁକ୍ତ ହେବେ।  ସ୍ୱଳ୍ପବୃଷ୍ଟି ଅଞ୍ଚଳରେ ମାଣ୍ଡିଆ, ବାଜରା ଚାଷ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ,ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି। ଏଥିପାଇଁ ବ୍ଲୁ ରିଭଲ୍ୟୁସନ୍ ବା ନୀଳ ବିପ୍ଲବ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନାରେ ଜଳାଶୟ, ମତ୍ସ୍ୟ ପାଳନ ଓ ଯାଁଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା କିଣିବାକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବ।

Odisha Government Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ