Advertisment

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସମାବେଶ ପରେ ଚାଷୀଙ୍କ ସତ୍ୟାଗ୍ରହ

ଭୁବନେଶ୍ୱର : ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ଚାଷୀଙ୍କ ମେଳି। ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଚାଷୀ ଓ ଚାଷୀ ନେତା। କାହା କାନ୍ଧରେ ଲଙ୍ଗଳ ତ କିଏ ଧରିଛି କୋଦାଳ। ନବନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଏହି ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ ହଜାର ଟଙ୍କା […]

ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସମାବେଶ ପରେ ଚାଷୀଙ୍କ ସତ୍ୟାଗ୍ରହ

farmer

Advertisment

ଭୁବନେଶ୍ୱର : ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ଚାଷୀଙ୍କ ମେଳି। ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଚାଷୀ ଓ ଚାଷୀ ନେତା। କାହା କାନ୍ଧରେ ଲଙ୍ଗଳ ତ କିଏ ଧରିଛି କୋଦାଳ। ନବନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଏହି ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ ହଜାର ଟଙ୍କା ହିସାବରେ ସୁରକ୍ଷା ଭତ୍ତା, ଧାନ କ୍ୱିଣ୍ଟାଲ ପିଛା ଦର ୫ ହଜାର ଟଙ୍କାକୁ ଧାର୍ଯ୍ୟ, ଚାଷୀଙ୍କ ଲାଗି ବଜେଟ୍‌ରେ ବାର୍ଷିକ ୨୧ ହଜାର ୬୦୦ କୋଟି ଟଙ୍କାର ବ୍ୟବସ୍ଥା।

Advertisment

ତେବେ ଆଜିର ଚାଷୀ ସମାବେଶରେ କିନ୍ତୁ ଦେଖିବାକୁ ମିଳିନଥିଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ। ପୂର୍ବ ସମାବେଶମାନଙ୍କରେ ସରକାର ବିରୋଧୀ ନାରା ଦେଉଥିବା ସୌମ୍ୟଙ୍କ ଅନୁପସ୍ଥିତିକୁ ନେଇ ଉଠିଥିବା ପ୍ରଶ୍ନରେ କୃଷକ ନେତା କହିଛନ୍ତି ସୌମ୍ୟ ଚାଷୀଙ୍କ ପାଇଁ ମହାଭାରତର ବିଦୁରଙ୍କ ଭଳି କାମ କରନ୍ତୁ।  ଭୀଷ୍ମ  କି ଦ୍ରୋଣାଚାର୍ଯ୍ୟ ହେଲେ ସବୁଦିନ ପାଇଁ ଚାଷୀଙ୍କ ହୃହୟରୁ ଅପସରି ଯିବେ। ସେପଟେ ସୌମ୍ୟରଂଜନ ନିଜ ଅନୁପସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ମହାରାଷ୍ଟ୍ରରେ ବି ଦେଖିବାକୁ ମିଳିଥିଲା ଚାଷୀ ଆନ୍ଦୋଳନ। କୃଷି ଋଣ ଛାଡ଼ ଦାବିରେ ମୁମ୍ବାଇରେ ଏକାଠି ହୋଇଥିଲେ ହଜାର ହଜାର ଚାଷୀ। ଅଖିଳ ଭାରତୀୟ କିଷାନ ସଂଘର ନେତୃତ୍ୱରେ ଗତ ୬ତାରିଖରେ ନାସିକରୁ ବାହାରିଥିବା ୫୦ ହଜାରରୁ ଅଧିକ ଚାଷୀଙ୍କ ଶୋଭାଯାତ୍ରା ଗତକାଲି ମୁମ୍ବାଇରେ ପହଞ୍ଚିଥିଲା। ଆଜାଦ ମୈଦାନରେ ଏକାଠି ହୋଇ ବିଧାନସଭା ଘେରାଉ କରିବାକୁ ଚାଷୀମାନେ ଏକାଠି ହେଉଥିବାବେଳେ ସେଠାକାର ସରକାର ଦାବି ପୂରଣ ପାଇଁ ତତ୍ପରତା ଦେଖାଇଛନ୍ତି। ଏକ ୬ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି ଓ ୬ମାସ ଭିତରେ ଚାଷୀଙ୍କ ସମସ୍ତ ଦାବି ପୂରଣ କରିବାକୁ ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଶ୍ୱାସନା ଦେଇଛନ୍ତି।

Advertisment

ମହାରାଷ୍ଟ୍ର ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ୩୪ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ପେନ୍‌ସନ୍ ଓ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ।

Naba Nirman Krushak Sangathan Latest Bhubaneswar News Farmer Stir PMG Odisha Farmer Agitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ