Advertisment

ଅର୍ଥାଭାବ : ଆଇଆଇଟି ପାଠରେ ଡୋରି ବାନ୍ଧିବେ ରାଜେନ୍ଦ୍ର

ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ।  ଖଡ଼ଗପୁର ଆଇଆଇଟିରେ ସିଟ୍‌ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ। ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ […]

ଅର୍ଥାଭାବ : ଆଇଆଇଟି ପାଠରେ ଡୋରି ବାନ୍ଧିବେ ରାଜେନ୍ଦ୍ର

rajendra

Advertisment

ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ।  ଖଡ଼ଗପୁର ଆଇଆଇଟିରେ ସିଟ୍‌ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ।

Advertisment

ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ ରାଜେନ୍ଦ୍ରଙ୍କ ଘର।  ଆଦିବାସୀ ସମ୍ପ୍ରଦାୟର ଯୁବକ ଏଭଳି ସଫଳତା ପାଇଥିବାରୁ ସାରା ଗଜପତିରେ ଖେଳିଯାଇଥିଲା ଆନନ୍ଦ।  ନିଜ ସଫଳତା ପରେ ଆଶା କରିଥିଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳିବ।  ଯୋଜନାର ଲାଭ ଉଠାଇବା ପାଇଁ ବ୍ୟାଙ୍କ ନିକଟରେ ପହଞ୍ଚିବା ପରେ ସେଭଳି କୌଣସି ସରକାରୀ ସୁବିଧା ନଥିବା କହି ବ୍ୟାଙ୍କ ଫେରାଇ ଦେଇଥିଲା।

ଏବେ ପରିସ୍ଥିତି ଏଭଳି ସେ ନିଜ ପ୍ରଥମ ବର୍ଷ ଆଇଆଇଟି ଶିକ୍ଷା ସରିବା ସତ୍ତ୍ୱେ ଦ୍ୱିତୀୟ ବର୍ଷ ଶିକ୍ଷାଲାଭ ପାଇଁ ପାଖରେ ଅର୍ଥ ନାହିଁ । ତେଣୁ ବାଧ୍ୟ ହୋଇ ଆଇଆଇଟି ପାଠ ଛାଡିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ରାଜେନ୍ଦ୍ର।  ଅନ୍ୟପଟେ ରାଜେନ୍ଦ୍ରଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ କିଭଳି ସାହାଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Advertisment
Gajapati IIT Kharagpur Rajendra Kumar Kumbha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ