Advertisment

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତେବେ ପ୍ରଥମେ ଆର୍ମିରେ ୫ ବର୍ଷ ଖଟିବାକୁ ପଡ଼ିବ !

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତାହେଲେ ଆପଣଙ୍କୁ ପ୍ରଥମେ ସେନାରେ ଖଟିବାକୁ ପଡ଼ିବ। ଏମିତି ଏକ ଖବରକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ପ୍ରଥମେ ୫ ବର୍ଷର ମିଲିଟାରୀ ସର୍ଭିସକୁ ବାଧ୍ୟତାମୂଳକ କରାଯିବ। ଅବଶ୍ୟ ଏହା ଏବେ ପ୍ରସ୍ତାବ ଆକାରରେ ରହିଛି। କେନ୍ଦ୍ର ସରକାରଙ୍କ Department of Personnel and Training (DoPT) ବିଭାଗ ଏହି ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା […]

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତେବେ ପ୍ରଥମେ ଆର୍ମିରେ ୫ ବର୍ଷ ଖଟିବାକୁ ପଡ଼ିବ !

govt. jobs

Advertisment

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତାହେଲେ ଆପଣଙ୍କୁ ପ୍ରଥମେ ସେନାରେ ଖଟିବାକୁ ପଡ଼ିବ। ଏମିତି ଏକ ଖବରକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି।

Advertisment

ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ପ୍ରଥମେ ୫ ବର୍ଷର ମିଲିଟାରୀ ସର୍ଭିସକୁ ବାଧ୍ୟତାମୂଳକ କରାଯିବ। ଅବଶ୍ୟ ଏହା ଏବେ ପ୍ରସ୍ତାବ ଆକାରରେ ରହିଛି। କେନ୍ଦ୍ର ସରକାରଙ୍କ Department of Personnel and Training (DoPT) ବିଭାଗ ଏହି ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା ମିଳିଛି।

କିଛି ଜାତୀୟ ମିଡିଆରେ ଏ ସଂପର୍କରେ ଚର୍ଚ୍ଚା ହେଉଛି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶୁଣାଯାଉଛି ଯେ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏଭଳି ନୂଆ ନିୟମ ପାଇଁ ପ୍ରସ୍ତାବ ଦେଇଛି। ପୂର୍ବରୁ ଷ୍ଟାଣ୍ଡିଂ କମିଟି, Ministry of Defence (MoD)କୁ ମଧ୍ୟ ଏକ ନୂଆ ପ୍ରସ୍ତାବ ଦେଇଥିଲା ବୋଲି ଜଣାପଡ଼ିଛି।

Advertisment

ତେବେ ହଠାତ୍ ଏଭଳି ନିଷ୍ପତ୍ତି ନେବା ପଛରେ କ’ଣ କାରଣ ରହିଛି? ମିଳିଥିବା ସୂଚନା ଅନୂସାରେ, ଭାରତୀୟ ସେନାରେ ଏବେ ୭ ହଜାର ଅଫିସରଙ୍କର ଅଭାବ ରହିଛି।

ଭାରତୀୟ ବାୟୁସେନା ଓ ନୌସେନାରେ ପର୍ଯ୍ୟାୟକ୍ରମେ ୧୫୦ ଜଣ ଅଫିସର ଓ ୧୫ ହଜାରରୁ ଅଧିକ ପୁରୁଷ କର୍ମଚାରୀଙ୍କର ଅଭାବ ପଡ଼ୁଛି। ସେନାରେ ଚାକିରି ପାଇଁ କେହି ଆଗ୍ରହ ପ୍ରକାଶ କରୁନଥିବାରୁ, ଏହାକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଆସିଛି। କିନ୍ତୁ ଏବେସୁଦ୍ଧା ଏହି ଯୋଜନା କେବଳ ଏକ ପ୍ରସ୍ତାବ ଆକାରରେ ରହିଛି। ଏହାକୁ କାର୍ଯ୍ୟକାରୀ କଲେ ବିଭିନ୍ନ ମହଲରେ ବିରୋଧ ମଧ୍ୟ ଆସିବା ନିଶ୍ଚତ।

Advertisment
Government Jobs Jobs In Govt. Sector Department Of Personnel And Training Military Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ