Advertisment

ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା।  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସକାଳ ସମୟରେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। […]

ତାତିରୁ ମିଳିବ ତ୍ରାହି

summer

Advertisment

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା।  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

Advertisment

ସକାଳ ସମୟରେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ତେବେ ୨୦ ତାରିଖ ପରଠୁ ରାଜ୍ୟରେ ପୁଣି ତାତିର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରାଯାଇଛି।

Advertisment

ସେପଟେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୦ ଡିଗ୍ରୀ ଟପିଛି। ପାରଦ ଗତକାଲି ୪୦ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସମ୍ବଲପୁରରେ ୪୦ ଦଶମିକ ୩, ତାଳଚେର ୩୯ ଦଶମିକ ୯ ଏବଂ ମାଲକାନଗିରିରେ ୩୯ ଦଶମିକ ୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା ସେହିପରି ରାଜାଧାନୀ ଭୁବନେଶ୍ୱରରେ ତାପମାତ୍ରା  ୩୯ ଦଶମିକ ୪ ଡିଗ୍ରୀ ଥିବାବେଳେ କଟକରେ ତାପମାତ୍ରା ଥିଲା ୩୭ ଦଶମିକ ୮ ଡିଗ୍ରୀ।

Odisha Meteorological Centre Bhubaneswar Kalabaisakhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ