Advertisment

କାଳବୈଶାଖୀର ତାଣ୍ଡବ: ଜାହାଜକୁ ଜାହାଜ ପିଟି ହେଲା

ପାରାଦୀପ: ପାରାଦୀପ ବନ୍ଦର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ତାଣ୍ଡବରେ ଉପୁଡ଼ି ପଡ଼ିଛି ଗଛଲତା। ବନ୍ଦର ଭିତରେ ମଧ୍ୟ ଘଟିଛି ବ୍ୟାପକ କ୍ଷୟକ୍ଷତି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍‌ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରିଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍‌ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା […]

କାଳବୈଶାଖୀର ତାଣ୍ଡବ: ଜାହାଜକୁ ଜାହାଜ ପିଟି ହେଲା

Paradip

Advertisment

ପାରାଦୀପ: ପାରାଦୀପ ବନ୍ଦର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ତାଣ୍ଡବରେ ଉପୁଡ଼ି ପଡ଼ିଛି ଗଛଲତା। ବନ୍ଦର ଭିତରେ ମଧ୍ୟ ଘଟିଛି ବ୍ୟାପକ କ୍ଷୟକ୍ଷତି।

Advertisment

publive-image

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏମ୍‌ପିବି ବର୍ଥରେ ଲାଗିଥିବା ଦରିଆ ଦେବୀ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରିଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍‌ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା ଆଣି ଏମ୍‌ପିବି ବର୍ଥରେ ବନ୍ଧିଥିଲେ। ଏହି ଜାହାଜଟି ଅଷ୍ଟ୍ରେଲିଆରୁ କୋକିଂ କୋଲ ନେଇ ଆସିଥିଲା ।

publive-image

କେବଳ ବନ୍ଦର ଅଞ୍ଚଳ ନୁହେଁ, ପାରାଦୀପ ସହରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନର ବେଗ ଏତେ ପ୍ରଖର ଥିଲା ଯେ, ପାରାଦୀପ ବେଳାଭୂମି ମହୋତ୍ସବରେ ଖୋଲାଯାଇଥିବା ଷ୍ଟଲ ଗୁଡ଼ିକ ଭାଙ୍ଗି ଯାଇଥିଲା। ଦୋକାନୀମାନେ ଜୀବନ ବିକଳରେ ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ।

Advertisment

publive-image

ସେହିପରି ସହର ଭିତରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। କିଛି ସମୟ ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

publive-image

Paradip Kalabaisakhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ