Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଜୁଳି ଘଡଘଡି ସହ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାଜ୍ୟର ୧୧ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ […]

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

monsoon

Advertisment

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଜୁଳି ଘଡଘଡି ସହ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

Advertisment

ରାଜ୍ୟର ୧୧ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ବଜ୍ରାଘାତରେ ବରଗଡ ଜିଲ୍ଲା ଖୁଣ୍ଟୁଲି ପାଲି ଗାଁର ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଅଶୋକ ଥପ୍ପା।

Advertisment

ସେହିପରି ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ତଳଗମୁଡପୁଟରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।  ଗୋଟିଏ ପରିବାରର ମାଆ, ପୁଅ ଓ ଝିଅ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା।  ଘଟଣାସ୍ଥଳରେ ୩ଜଣ ଅଚେତ ହୋଇପଡିଥିଲେ।  ତୁରନ୍ତ ସେମାନଙ୍କୁ ଖଇରିପୁଟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ନବମ ଶ୍ରେଣୀରେ ପଢୁଥିବା ବାବୁଲି ପୂଜାରୀଙ୍କୁ ମୃତ ଘୋଷଣା କରିଥିଲେ।

Odisha Lightning Kalabaisakhi Kalabaisakhi In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ