Advertisment

ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, କାଗଜ ସଂରକ୍ଷଣକୁ ଆଖି ଆଗରେ ରଖି ସୋନମ ଓ ଆନନ୍ଦ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଡରେ ବହୁତ କାଗଜ ନଷ୍ଟ ହୋଇଥାଏ। ଫଳରେ ଏସବୁକୁ […]

ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

sonam kapoor

Advertisment

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନା ଅନୁସାରେ, କାଗଜ ସଂରକ୍ଷଣକୁ ଆଖି ଆଗରେ ରଖି ସୋନମ ଓ ଆନନ୍ଦ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଡରେ ବହୁତ କାଗଜ ନଷ୍ଟ ହୋଇଥାଏ। ଫଳରେ ଏସବୁକୁ ନଷ୍ଟ ନ କରିବା ପାଇଁ କାର୍ଡ ବଦଳରେ ଇ-ନିମନ୍ତ୍ରଣ ପାଇଁ ଏହି ଯୋଡି ପ୍ରସ୍ତୁତ ଚଳାଇଛନ୍ତି।

publive-image

ଅଭିନେତ୍ରୀ ସୋନମ୍‌ ମେ ୭ କିମ୍ବା ୮ରେ ବିବାହ କରିବେ ବୋଲି କୁହାଯାଉଛି। ପ୍ରଥମେ ଶୁଣିବାକୁ ମିଳିଥିଲା କି ଉଭୟଙ୍କ ଡେଷ୍ଟିନେସନ୍‌ ୱେଡ଼ିଙ୍ଗ୍‌ ଜେନେଭାରେ ହେବବୋଲି, ମାତ୍ର ଏବେ ଏହି ବିବାହ ମୁମ୍ବାଇରେ ହେବାନେଇ ଶୁଣିବାକୁ ମିଳୁଛି। ସୋନମ୍‌ଙ୍କ ଜେଜେମାଆଙ୍କ ପାଇଁ ଏହି ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ସୂଚନା ଅନୁସାରେ, ଏହି ଗ୍ରାଣ୍ଡ ୱେଡ଼ିଙ୍ଗ୍‌ ବାନ୍ଦ୍ରା ସ୍ଥିତ ହେରିଟେଜ୍‌ ହାବେଲିରେ ହେବ। ତେବେ କେତେ ଦୂର ଏହା ସତ ତାହା ଏପର୍ଯ୍ୟନ୍ତ କିଛି ଜଣାପଡ଼ିନି।

Advertisment

publive-image

ସୋନମଙ୍କ ଏହି ବିବାହରେ ୩ଟି ବଡ଼ କାର୍ଯ୍ୟକ୍ରମ ରଖାଯାଇଛି। ଯେଉଁଥିରେ ମେହେନ୍ଦି, ସଙ୍ଗୀତ ଓ ବିବାହ ସାମିଲ। ଏହି ୩ଟି କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ସ୍ଥାନରେ ହେବ। ଯଦି ମିଳିଥିବା ଖବର ସତ ହୋଇଥାଏ, ତେବେ ସଙ୍ଗୀତ କାର୍ଯ୍ୟକ୍ରମ ସୋନମଙ୍କ ଘନିଷ୍ଠବନ୍ଧୁ ସଂଯୁକ୍ତା ନାୟରଙ୍କ ପଞ୍ଚ ତାରକା ହୋଟେଲରେ ହେବ। ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫି ଫରାହ ଖାନ୍‌ କରିବେ। ଏଥିସହ ଅନୀଲ କପୁର, ସୁନୀତା କପୁର, କରଣ ଜୋହର୍‌ ଓ ଅର୍ଜୁନ୍‌ କପୁର ସ୍ପେଶାଲ୍‌ ଡ୍ୟାନ୍ସ ପରଫର୍ମାନ୍ସ ଦେବେ।publive-image

ଦୀର୍ଘ ଦିନ ଧରି ସୋନମ, ଆନନ୍ଦଙ୍କ ସହ ଡେଟିଂ କରି ଆସୁଥିଲେ। ଯଦିଓ ଆନନ୍ଦଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସୋନମ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି, ତଥାପି ବିଭିନ୍ନ ସ୍ଥାନରେ ଆନନ୍ଦଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି। ଏଥିସହ ସୋସିଆଲ ମିଡ଼ିଆରେ ଆନନ୍ଦଙ୍କ ସହ ଫଟୋ ଇତ୍ୟାଦି ପୋଷ୍ଟ କରିବା ନେଇ ସବୁକିଛି କଥା ସ୍ପଷ୍ଟ ଆପେଆପେ ସ୍ପଷ୍ଟ ହେଉଯାଉଥିଲା।

Advertisment
Sonam Kapoor Sonam Kapoor Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ