Advertisment

ଚଳିତ ମାସରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ ନାହିଁ

ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍‌ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍‌ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍। ସୋମବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ସାଧାରଣ ସମ୍ପାଦକ ଡି ଟୋମାସ୍‌ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ […]

ଚଳିତ ମାସରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ ନାହିଁ

bank

Advertisment

ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍‌ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍‌ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍। ସୋମବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।

Advertisment

ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ସାଧାରଣ ସମ୍ପାଦକ ଡି ଟୋମାସ୍‌ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ଶନିବାର ଦିନ ମଧ୍ୟ ବ୍ୟାଙ୍କ୍‌ ଖୋଲା ରହିବ । ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁଯାୟୀ ବ୍ୟାଙ୍କ୍ କ୍ରମାଗତ ଭାବେ ଛୁଟି ରହିବ ନାହିଁ।

publive-imageଏଥର ଶନିବାର ମାସର ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ୍‌ ଖୋଲା ରହିବ। ବ୍ୟାଙ୍କ୍‌ କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରେ ବନ୍ଦ ରହେ। ବାର୍ଷିକ ଆକାଉଣ୍ଟ୍‌ କ୍ଲୋଜ୍‌ ନିମନ୍ତେ ଏପ୍ରିଲ୍‌ ୨ ତାରିଖ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ।

Advertisment
Bank Holidays No Continuous Holidays
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ