Advertisment

ହଟ୍ଟଗୋଳ ଯୋଗୁଁ ମୋଦି ସରକାର ବିରୋଧରେ ଆଜି ଆସି ପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା।  ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ  AIADMK  ସଦସ୍ୟମାନେ ମଧ୍ୟ  ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ।  ଏହାକୁ ନେଇ ଗୃହକୁ  ଦିନ ୧୨ଟା ପଯର୍ୟନ୍ତ ମୁଲତବୀ ରଖିଥିଲେ […]

ହଟ୍ଟଗୋଳ ଯୋଗୁଁ ମୋଦି ସରକାର ବିରୋଧରେ  ଆଜି ଆସି ପାରିଲାନି ଅନାସ୍ଥା ପ୍ରସ୍ତାବ

no-confidence motion

Advertisment

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା।

Advertisment

ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା।  ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ  AIADMK  ସଦସ୍ୟମାନେ ମଧ୍ୟ  ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ।  ଏହାକୁ ନେଇ ଗୃହକୁ  ଦିନ ୧୨ଟା ପଯର୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି।   ତେବେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ହୋ ହଲ୍ଲା ଜାରି ରହିଥିଲା।

ଗୃହ ମନ୍ତ୍ରୀ ରାଜନାଥ ସିଂ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଓ ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।  ବାଚସ୍ପତି ସୁମିତ୍ରା ମହାଜନ ଟିଡିପି ଓ YSR କଂଗ୍ରେସ ପକ୍ଷରୁ ଦିଆଯାଇଥିବା ନୋଟିସ ପାଇଥିବା ନେଇ ଗୃହକୁ ଅବଗତ କରାଇଥିଲେ।

Advertisment

ମାତ୍ର ହୋ ହଲ୍ଲା ଜାରି ରହିବାରୁ ସେ ଏ ନେଇ କୌଣସି ନିଷ୍ପତ୍ତି ନେଇପାରି ନ ଥିଲେ।  ହୋ ହଲ୍ଲା ମଧ୍ୟରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ।  ଆଉ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।  ସେହିପରି ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ହୋଇଛି।

ସେପଟେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ ବୋଲି ଅଧିକାଂଶ ବିରୋଧୀ ଦଳ ମତ ଦେଇଛନ୍ତି।   କଂଗ୍ରେସ, ମମତା ବାନାର୍ଜୀଙ୍କ TMC ଓ ବାମଦଳଗୁଡିକ ସହ ଆଉ କିଛି ଦଳ ମଧ୍ୟ ପ୍ରସ୍ତାବକୁ ସମର୍ଥନ ଘୋଷଣା କରିଛନ୍ତି। ଅନାସ୍ଥା ପ୍ରସ୍ତାବ ନୋଟିସକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଶେଷ କାର୍ଯ୍ୟ ଦିବସ ଯାଏ ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି ଟିଡିପି।

Advertisment

ଅନାସ୍ଥା ପ୍ରସ୍ତାବ କଣ ?

୨୦୧୪ରେ କ୍ଷମତାକୁ ଅାସିବା ପରେ ପ୍ରଥମ ଥର ପାଇଁ ମୋଦି ସରକାର ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ହେଲେ କିଭଳି ଅସିଥାଏ ଏହି ଅନାସ୍ଥା ପ୍ରସ୍ତାବ, ଆସନ୍ତୁ ଜାଣିବା।

ଲୋକସଭାର ନିୟମ ୧୯୮ ଅନୁସାରେ  ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇପାରିବ।   କୌଣସି ସଦସ୍ୟ ଦିନ ୧୦ଟା ପୂର୍ବରୁ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇପାରିବେ।   ନୋଟିସ ସମ୍ପର୍କରେ ବାଚସ୍ପତି ଗୃହକୁ ଅବଗତ କରାଇବେ।  ଆଉ କେଉଁ କେଉଁ ସଦସ୍ୟ  ପ୍ରସ୍ତାବ ସପକ୍ଷରେ ଅଛନ୍ତି, ତାହା  ଜାଣିବାକୁ ଚାହିଁବେ   ଯଦି  ୫୦ରୁ ଅଧିକ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନୋଟିସକୁ ସମର୍ଥନ କରୁଥିବା ଜାଣିବେ।

ତେବେ ଏହା ଉପରେ ଆଲୋଚନା ଲାଗି  ଏକ ତାରିଖ ନିର୍ଦ୍ଧାରିତ କରିବେ।  ତେବେ ନୋଟିସ ପାଇବାର ୧୦ ଦିନ ମଧ୍ୟରେ ହିଁ  ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ। ଅନାସ୍ଥା ଉପରେ ଗୃହରେ ଆଲୋଚନା ପରେ ଏନେଇ ପ୍ରଧାନମନ୍ତ୍ରୀ କିମ୍ବା ବରିଷ୍ଠ ମନ୍ତ୍ରୀ ରାଇଟ୍ ଟୁ ରିପ୍ଲାଏ ଜରିଆରେ ଜବାବ୍ ରଖିବେ। ଆଲୋଚନା ପରେ ଯଦି ଦରକାର ପଡିବ ତେବେ ଏ ନେଇ  ଭୋଟିଂ ବି ହୋଇପାରିବେ।

ଯଦି, ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆସେ ତେବେ ମୋଦି ସରକାରଙ୍କ ପାଇଁ କଣ ସମସ୍ୟା ରହିବ ?...ସଂଖ୍ୟା ଦୃଷ୍ଟିରୁ ସେଫ୍ ଜୋନରେ ରହିଛି ବିଜେପି। ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ। ସରକାରଙ୍କ ପାଖରେ ୩୧୪ ସଭ୍ୟ ଅଛନ୍ତି। ଯେଉଁଥିରୁ କେବଳ ୨୭୫ ହେଉଛନ୍ତି ବିଜେପି ସଭ୍ୟ। ଅପରପକ୍ଷେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଟିଡିପି ପାଖରେ ରହିଛନ୍ତି ୧୬ ଜଣ, YSR କଂଗ୍ରେସର ୯ ଜଣ ଏବଂ ଏମାନଙ୍କୁ ସମର୍ଥନ ଜଣାଇଥିବା କଂଗ୍ରେସ ପାଖରେ ଅଛନ୍ତି ୪୮ ଏବଂ ଟିଏମସି ପାଖରେ ଅଛନ୍ତି ୩୪ ଜଣ ସଦସ୍ୟ।

Lok Sabha Rajya Sabha Modi Government Tdp No-confidence Motion No-confidence Motion Against Modi Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ