Advertisment

ରତ୍ନଭଣ୍ଡାର ଗହଣାର ଆକଳନ ହେବନି

ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ […]

ରତ୍ନଭଣ୍ଡାର ଗହଣାର ଆକଳନ ହେବନି

jagannath temple

Advertisment

ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା।

Advertisment

ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ କେହି ବିଭ୍ରାନ୍ତର ଶିକାର ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ତେବେ ରତ୍ନଭଣ୍ଡାରକୁ ଯିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼୍ୟୁର ବା ଏସ୍ଓପିର ଅନୁସରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସପି, ଗଜପତିଙ୍କ ସଚିବ, ଏଏସ୍ଆଇ ଅଧିକାରୀ, ଭଣ୍ଡାର ମେକାପ, ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ASIର ୫ ଜଣିଆ ଟିମ୍ ରତ୍ନଭଣ୍ଡାରର ଛାତ ଓ ବାହାର ପଟୁ ଯାଞ୍ଚ କରିଛନ୍ତି। ବାହାର ପଟୁ ଠିକଠାକ୍ ଥିବା ଜଣା ପଡୁଥିବା ବେଳେ ଭିତରପଟୁ ନ ଦେଖିବା ଯାଏ ସ୍ଥିତି ସଂପର୍କରେ ସେମିତି କିଛି କହି ହେବ ନାହିଁ ବୋଲି ଏଏସ‌ଆଇ ଟିମ୍ ସଦସ୍ୟ କହିଛନ୍ତି।

Advertisment
Ratna Bhandar Sri Mandir Ratna Bhandar Sri Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ