Advertisment

ହାତରୁ ଲିଭିନି ମେହେନ୍ଦି ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଲେ ରକ୍ତଦାନ ଶିବିରରେ

କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ। କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ […]

ହାତରୁ ଲିଭିନି ମେହେନ୍ଦି ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଲେ ରକ୍ତଦାନ ଶିବିରରେ

blood donate

Advertisment

କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ।

Advertisment

କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ।

କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ ସାମିଲ ହୋଇଥିଲେ ଏହି ମହତ କାର୍ଯ୍ୟରେ। ସ୍ଥାନୀୟ ନିବାସୀ ପ୍ରମୋଦ ବେହେରାଙ୍କ ଦୁଇ ପୁଅଙ୍କର ନିକଟରେ ବିବାହ ହୋଇଥିଲା ତେବେ ରିସେପସନ୍ ଦିନ ରକ୍ତ ଦାନ କରି ସମାଜ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

ସାଇ ପ୍ରକାଶ ନିଜେ ଜଣେ ସ୍ୱେଚ୍ଛାସେବୀ ହୋଇଥିବାବେଳେ ରକ୍ତଦାନକୁ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି।  ତେଣୁ ଏହି ଅବସରରେ ନିଜ ବନ୍ଧୁ ବାନ୍ଧବ ଓ ପରିଜନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ରକ୍ତଦାନ ପାଇଁ। ଅନ୍ୟପକ୍ଷରେ ନବ ଦମ୍ପତ୍ତିଙ୍କ ଏହି ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି।

Advertisment
Newly Wed Couple Donate Blood Donate Blood Newly-Wed Couple Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ