Advertisment

କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]

କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

toilet

Advertisment

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ।

Advertisment

publive-imageପୂରା ଘଟଣାଟି ଏହିପରି -

କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ ଡାକିଥିଲେ। ସେତିକି ବେଳେ ପ୍ରକୃତ କାରଣ ସାମନାକୁ ଆସିଥିଲା। ପ୍ଲମ୍ବର ଜଣକ ଯେତେବେଳେ ଶୌଚାଳୟର ପାଇଖାନାକୁ ସଫାକରୁଥିଲେ , ସେଥିରେ ଛୋଟ ଶିଶୁର ମୁଣ୍ଡକୁ ଦେଖିବାକୁ ପାଇଲେ।

ପୁଲିସ୍‌ର ସୂଚନା ଅନୁସାରେ, ଯେତେବେଳେ ପ୍ଲମ୍ବର ଜଣକ ପାଇଖାନାର ବନ୍ଦ ନଳାକୁ ସଫା କରିବାକୁ  ଚେଷ୍ଟା କରୁଥଲେ, ସେ ଦେଖିଲେ ଗୋଟେ ବଲ୍‌ ଭଳି ଜିନିଷଟେ ସେଥିରେ ଲାଗିଛି। ସେ ଟାଣିବାକୁ ଚେଷ୍ଟା କରିବାରୁ ତାହା ନରମ ଲାଗିଲା। ବାହାରକୁ ବାହାର କରି ଦେଖିଲେ ଯେ ଏହା ଏକ ଶିଶୁ କନ୍ୟା।

Advertisment

ଏ ଘଟଣା ପରେ ସଂପୃକ୍ତ କ୍ଲିନିକ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଡାକ୍ତର ତୁରନ୍ତ ପୁଲିସ୍‌କୁ ଡାକି ଘଟଣାର ଅବଗତ କରାଇଲେ। ପୁଲିସ୍‌ ଏହି ମାମଲାରେ ସବୁ ରୋଗୀଙ୍କର ରେକର୍ଡ ଯାଂଚ କରିଛନ୍ତି। ଶିଶୁଟିର ଏକ ଅପ୍ରାକୃତିକ ମୃତ୍ୟୁ ହୋଇଥିବାର ଏତଲା ଦାଏର କରାଯାଇଛି। ପୁଲିସ୍‌ ମାମଲାର ଯାଂଚ କାର୍ଯ୍ୟ ଚଳାଇଛି।

ପୋଲିସ୍‌ର ସନ୍ଦେହ ଦୃଢ଼ ହୋଇଛି ଯେ ଡେଲିଭରି ପରେ କେହି ମା’ ତା ଶିଶୁ କନ୍ୟାକୁ ମାରି ପାଇଖାନାରେ ଫିଙ୍ଗି ଫେରାର ହୋଇଯାଇଛି।

Advertisment

(ଫଟୋ ସୌଜନ୍ୟ : www.ndtv.com)

Toilet Newborn's Body Kerala Clinic Flushed Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ