Advertisment

ନିଟ୍‌ ପରୀକ୍ଷା ପାଇଁ ଏଣିକି ନୂଆ ଡ୍ରେସ୍‌ କୋଡ଼୍‌

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା।  ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ […]

ନିଟ୍‌ ପରୀକ୍ଷା ପାଇଁ ଏଣିକି ନୂଆ ଡ୍ରେସ୍‌ କୋଡ଼୍‌

NEET

Advertisment

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ।

Advertisment

ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା।  ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ ବଡ଼ ସାଇଜ୍‌ର ବୋତାମ, ବ୍ୟାଜ୍ ରହିନଥିବ।

ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସ୍ଲିପର କିମ୍ଭା କମ୍‌ ହିଲ୍ ଥିବା ଚପଲ ପିନ୍ଧି ଆସିବେ। ଜୋତା ପିନ୍ଧିବାକୁ ବାରଣ କରାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ମୋବାଇଲ ଫୋନ୍‌, ବ୍ଲୁ ଟୁଥ୍, ଇଅର ଫୋନ୍‌, ମାଇକ୍ରୋଫୋନ୍‌ ଏବଂ ବ୍ୟାଣ୍ଡ୍ ପିନ୍ଧି ଆସିବାକୁ ବାରଣ କରାଯାଇଛି।

Advertisment

କଟକଣା ଜାରି କରାଯାଇଥିବା ସାମଗ୍ରୀ ରଖିବାକୁ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଯଦି କେହି ଏହାକୁ ନ ମାନନ୍ତି ତେବେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି।

NEET NEET Exam Dress Code For Neet Exam Candidates Dress Code For Neet Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ