Advertisment

ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ଜଣେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ

ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର […]

ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ଜଣେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ

minor

Advertisment

ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରକୁ ନେଇ ସେଠାର ଅପ୍ରାକୃତିକ ଭାବେ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।  ପରେ ନାବାଳକ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ।

ବହୁ ଖୋଜାଖୋଜି ପରେ ମୁମୂର୍ଷୁ ଅବସ୍ଥାରେ ପିଲାଟିକୁ ଉଦ୍ଧାର କରିଥିଲେ ପରିବାର ଲୋକେ। ଅନ୍ୟପଟେ ଅଭିଯୁକ୍ତ ଘଟଣାକୁ ସ୍ୱୀକାର କରିଥିବାବେଳେ ପୋଲିସ୍ ତାକୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ।

Advertisment
Puri Pipili Muder Attempt Of Minor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ