Advertisment

ଖୋଜୁଥିବା ଜିନିଷ ପାଇଗଲେ ଅମିର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ ଏବେ ଅପ୍‌କମିଂ ପିଲ୍ମ ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂରେ ପୁରା ବ୍ୟସ୍ତ। କେବଳ ଠଗ୍‌ସ୍ ଅଫ୍‌ ହିନ୍ଦୁସ୍ଥାନ ନୁହେଁ, ଅମିର ଖାନ୍‌ଙ୍କ ବ୍ୟସ୍ତତାର ଆଉ ଏକ କାରଣ ମଧ୍ୟ ରହିଛି। ଏହି କାରଣଟି ହେଲା ‘ମହାଭାରତ’। ଅର୍ଥାତ, ମହାଭାରତର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କୌଣସି ସାଧାରଣ କାହାଣୀ ପରି ନିର୍ମାଣ କରାଯିବ ନାହିଁ। ହଲିଉଡ୍‌ ଫିଲ୍ମ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ […]

ଖୋଜୁଥିବା ଜିନିଷ ପାଇଗଲେ ଅମିର

amir

Advertisment

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ ଏବେ ଅପ୍‌କମିଂ ପିଲ୍ମ ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂରେ ପୁରା ବ୍ୟସ୍ତ। କେବଳ ଠଗ୍‌ସ୍ ଅଫ୍‌ ହିନ୍ଦୁସ୍ଥାନ ନୁହେଁ, ଅମିର ଖାନ୍‌ଙ୍କ ବ୍ୟସ୍ତତାର ଆଉ ଏକ କାରଣ ମଧ୍ୟ ରହିଛି। ଏହି କାରଣଟି ହେଲା ‘ମହାଭାରତ’। ଅର୍ଥାତ, ମହାଭାରତର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କୌଣସି ସାଧାରଣ କାହାଣୀ ପରି ନିର୍ମାଣ କରାଯିବ ନାହିଁ।

Advertisment

publive-imageହଲିଉଡ୍‌ ଫିଲ୍ମ ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଏବଂ ‘ଦ ଲର୍ଡ ଅଫ୍‌ ଦ ରିଂଗ୍ସ’ ପରି ଭାଗ ଭାଗ ହୋଇ ନିର୍ମାଣ କରାଯିବ। ତେଣୁ ଏତେ ବଡ ପ୍ରୋଜେକ୍ଟ ପାଇଁ ଅମିରକୁ ଜଣେ ପୁଞ୍ଜି ଲଗାଣକାରୀଙ୍କର ଆବଶ୍ୟକ ଥିଲା। ଶେଷରେ ତାଙ୍କର ଏହି ସମସ୍ୟା ଦୂର ହୋଇଛି। ଆଉ କେହି ନୁହଁନ୍ତି, ମୁକେଶ ଅମ୍ବାନୀ ଏହି ଫିଲ୍ମରେ ପୁଞ୍ଜି ନିବେଶ କରିବା ପାଇଁ ଆଗେଇ ଆସିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ସେ ୧୦୦୦ କୋଟି ଟଙ୍କା ଦେଇଛନ୍ତି। ଶୁଣାଯାଉଛି ଅମିରଙ୍କ ସହ ରଜନୀକାନ୍ତଙ୍କୁ 'ମହାଭାରତ' ଫିଲ୍ମରେ ଦେଖିବାକୁ ମିଳିବ।

Mukesh Ambani Film 'Mahabharata' Giving Aamir Khan Rs 1000 Crores
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ