Advertisment

ବଲିଉଡ଼ର ଏହିସବୁ ଅଭିନେତ୍ରୀ ବି ହୋଇଥିଲେ ଅସଦାଚରଣର ଶିକାର

ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି  ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ। ମାତ୍ର ଆମ୍ଭେମାନେ କେବେବି ଭାବିନଥାଉ କି ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ କି କି ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଫିଲ୍ଲ ଷ୍ଟାରଙ୍କ ଜୀବନ କେବଳ […]

ବଲିଉଡ଼ର ଏହିସବୁ ଅଭିନେତ୍ରୀ ବି ହୋଇଥିଲେ ଅସଦାଚରଣର ଶିକାର

katrina kaif

Advertisment

ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି  ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ। ମାତ୍ର ଆମ୍ଭେମାନେ କେବେବି ଭାବିନଥାଉ କି ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ କି କି ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଫିଲ୍ଲ ଷ୍ଟାରଙ୍କ ଜୀବନ କେବଳ ଗ୍ଲାମର ହୋଇନଥାଏ, ବରଂ ଏହା ଚ୍ୟାଲେଞ୍ଜ। ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯାହାଙ୍କୁ ଘଟଣାକ୍ରମରେ ସାଧାରଣ ସ୍ଥାନରେ ଅସଦାଚରଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପ୍ରକାରର ଅସଦାଚରଣ କେବଳ ଥରେ ନୁହେଁ କି ଦୁଇଥର ନୁହେଁ, ଅନେକଥର ଏଭଳି ଲଜ୍ଜାଜନକ ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଛି ସେମାନଙ୍କୁ। ତାହା ବିମାନରେ ହେଉକି ସାଧାରଣ ସ୍ଥାନରେ।

Advertisment

ପଢ଼ନ୍ତୁ କେଉଁ ଅଭିନେତ୍ରୀଙ୍କୁ ଏଭଳି ଏକ ଲଜ୍ଜାକର ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଛି।

ଜାଇରା ୱାସିମ: ଦଙ୍ଗଲ ଅଭିନେତ୍ରୀ ଭାବେ ଜଣାଶୁଣା ଜାଇରା ୱାସିମ ଅସଦାଚରଣକୁ ନେଇ ଏକ ଭିଡିଓ ମାଧ୍ୟମରେ ଖୁଲାସା କରିଥିଲେ। ଏକ ବିମାନ ଯାତ୍ରା ସମୟରେ ତାଙ୍କୁ  ଏଭଳି ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୭-ବର୍ଷୀୟ ଜାଇରାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ଭିସ୍ତାରା ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିବା ପାଇଁ ପ୍ରୟାସ କରିଥିଲେ। ଏହି ଘଟଣାକୁ ନେଇ ଜାଇରା କାନ୍ଦି ପକାଇ ଇନଷ୍ଟାଗ୍ରାମରେଏକ ଭିଡିଓ ପୋଷ୍ଟ କରିଥିଲେ। ଏନେଇ ପରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

publive-image

ଜିନତ ଅମାନ: ୭୦ ଓ ୮୦ ଦଶକରେ ବହୁ ଚର୍ଚ୍ଚିତ ଫିଲ୍ମ ‘ସତ୍ୟମ ଶିବମ୍ ସୁନ୍ଦରମ୍’, ‘ହେରା ଫେରି’, ‘ୟାଦୋଁ କି ବାରାତ୍’, ଇତ୍ୟାଦିରେ  ଆକ୍ଟିଂ ପାଇଁ ଦର୍ଶକଙ୍କ ମନ ଜିଣି ପାରିଥିବା ବଲିଉଡ଼ର ବର୍ଷୀୟାନ ଅଭିନେତ୍ରୀ ଜିନତ ଅମାନ ମଧ୍ୟ ଅସଦାଚରଣର ଅଭିଯୋଗ ଉଠାଇଥିଲେ। ଜିନତ ଏଭଳି ଅଭିଯୋଗ ଆଣିଥିଲେ ଜଣେ ବ୍ୟବସାୟୀଙ୍କ ବିରୋଧରେ ଯିଏକି ତାଙ୍କ ପରିବାରକୁ ମଧ୍ୟ ଆଗରୁ ଜାଣିଥିଲେ। ଜିନତଙ୍କ ଅଭିଯୋଗ ଅନୁଯାୟୀ, ବ୍ୟବସାୟୀ ଅମର ଖାନା ତାଙ୍କୁ ଅସଦାଚରଣ କରିବା ସହ ର୍ଦୁବ୍ୟବହାର ମଧ୍ୟ କରୁଥିଲେ।

Advertisment

publive-image

କଟ୍ରିନା କୈଫ: ବଲିଉଡ଼ ଇଣ୍ଡଷ୍ଟ୍ରିରେ ଟପ୍ ୧୦ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜ ନାଁକୁ ସବୁବେଳେ ବଜାୟ ରଖିଥିବା କଟ୍ରିନା ମଧ୍ୟ ଏଭଳି ଘଟଣାରୁ ନିଜକୁ ଏଡ଼ାଇ ପାରିନାହାନ୍ତି। ୨୦୦୫ ମସିହାରେ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା। କାର୍ଯ୍ୟକ୍ରମ ସରିବା ପରେ ତାଙ୍କୁ  ଦେଖିବା ପାଇଁ ଭିଡ ବାନ୍ଧିଥିବା ଲୋକମାନେ କଟ୍ରିନାଙ୍କ ସିକ୍ୟୁରିଟିଙ୍କୁ ଅତିକ୍ରମ କରି ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ସହି ସମୟରେ ଅଭିଯୋଗ ହୋଇଥିଲା।

katrina kaif

ବିପାସା ବସୁ: ସବୁବେଳେ ନିଜର ଷ୍ଟାଇଲିଶ ଲୁକ୍ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ଼ ଅଭିନେତ୍ରୀ ବିପାସା ବସୁଙ୍କୁ ଅହମଦାବାଦ ଠାରେ ଫିଲ୍ମ ‘ରାଜ୍ ୩’ର ପ୍ରମୋସନ ସମୟରେ ଅସଦାଚରଣ କରାଯାଇଥିଲା। ଅଭିଯୋଗ ଉଠାଇଥିବା ବିପାସାଙ୍କ କହିବା ଅନୁଯାୟୀ ଭିଡ଼ରେ ଜଣେ ବ୍ୟକ୍ତି ତାଙ୍କ ସ୍କର୍ଟକୁ ଟାଣିବା ପାଇଁ ପ୍ରୟାସ କରିଥିଲେ। ବିପାସାଙ୍କ ସହ ଏହା କେବଳ ଗୋଟିଏ ଘଟଣା ନଥିଲା। ଥରେ ଏକ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦ୍ୱିତୀୟ ଥର ପାଇଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

Advertisment

bipasa basu

ସୁସ୍ମିତା ସେନ୍: ବଲିଉଡ଼ରେ ଟପ୍ ଅଭିନେତ୍ରୀ କଟ୍ରିନା କୈଫ, ବିପାସା ବସୁଙ୍କ ପରେ ସୁସ୍ମିତା ସେନଙ୍କ ସହ ଅସଦାଚରଣ ଘଟଣା ସାମନାକୁ ଆସିଥିଲା। ମୁମ୍ବାଇ ସ୍ଥିତ ଏକ ଜୁଏଲାରୀ ସପର ଉଦଘାଟନୀ ଉତ୍ସବ ସମୟରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପ୍ରତି ଅସଦାଚରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। କାର ଭିତରକୁ ପ୍ରବେଶ ସମୟରେ ଏଭଳି ଘଟଣା ଘଟିଥିଲା ବୋଲି ସେ କହିଥିଲେ।

susmita sen

ସୋନମ କପୁର: ଅସଦାଚରଣ ଘଟଣାକୁ ନେଇ ବଲିଉଡ଼ ଦିବା ସୋନମ କପୁର ମଧ୍ୟ ମୁହଁ ଖୋଲିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା ବୋଲି ସୋନମ କହିଛନ୍ତି। ଜଣେ ଫ୍ରେଣ୍ଡସଙ୍କ ବର୍ଥ ଡ଼େ ସେଲିବ୍ରେସନ ସାରି ଫିଲ୍ମ ହଲରୁ ଫେରିବା ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା।

publive-image

Katrina Kaif Sonam Kapoor Molestation Molestation With Bollywood Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ