Advertisment

ରାଜଧାନୀରେ ଏକ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ଅନୁସାରେ ୩ଦିନ ତଳେ ବାଲେଶ୍ୱର ସାହାଡ଼ାର ଜୟଚନ୍ଦ୍ର ଦାସ ନାମକ ଜଣେ ରାଜମିସ୍ତ୍ରୀ ୩ମହଲା କୋଠାରୁ ପଡ଼ି ଆହତ ହୋଇଥିଲେ। ହାତ ଭାଙ୍ଗିଯାଇଥିବାରୁ ଏହି ନର୍ସିଂ ହୋମ୍‌ରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ବେଳେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଭୁଲ୍‌ ଇଞ୍ଜେକସନ୍ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ […]

ରାଜଧାନୀରେ ଏକ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା

private hopital bbsr

Advertisment

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ସୂଚନା ଅନୁସାରେ ୩ଦିନ ତଳେ ବାଲେଶ୍ୱର ସାହାଡ଼ାର ଜୟଚନ୍ଦ୍ର ଦାସ ନାମକ ଜଣେ ରାଜମିସ୍ତ୍ରୀ ୩ମହଲା କୋଠାରୁ ପଡ଼ି ଆହତ ହୋଇଥିଲେ। ହାତ ଭାଙ୍ଗିଯାଇଥିବାରୁ ଏହି ନର୍ସିଂ ହୋମ୍‌ରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା।

ତେବେ ଅସ୍ତ୍ରୋପଚାର ବେଳେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଭୁଲ୍‌ ଇଞ୍ଜେକସନ୍ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ନର୍ସିଂହୋମରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ।  ସେଠାରେ ପୋଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

Advertisment

ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ଡାକ୍ତରକୁ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଏନେଇ ନର୍ସିଂହୋମ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Odisha Medical Negligence Latest Bhubaneswar News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ