soheil
ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି।ଏହାପରେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କକୁ ଖବର ଦେବା ପରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଲିସକୁ ଖବର ଦିଆଯାଇଥିବା କୁହାଯାଉଛି। ଖବର ପାଇବା ପରେ ପୋଲିସ ସିକ୍ୟୁରିଟି ଗାର୍ଡକୁ ପଚରାଉଚରା କରିବା ସହ CCTV ଯାଞ୍ଚ କରୁଛି। ଦିଲ୍ଲୀରେ ଓଡିଶା ପୋଲିସର ଏକ ଟିମ୍ ସହ ସୋହେଲଙ୍କ ବାପା ଏବଂ ଭାଇ ମଧ୍ୟ ଅଛନ୍ତି।ଉଭୟ ଗୁରୁଗ୍ରାମର ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/soheil_1626432202.jpg)