raPE-1
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ।
ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ ଚାହିଁଥିବାରୁ ତାକୁ ଛାଡିନଥିଲେ। ଏପରିକି ପ୍ରତିବାଦ କରିବାରୁ ନିଜର ଅନ୍ୟ ୩ ସାଙ୍ଗକୁ ଡାକିଥିଲେ ଅଭିଯୁକ୍ତ। ୪ ଜଣ ମିଶି ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ଜାଣି ସଂପୃକ୍ତ ଜଣେ ମହିଳାଙ୍କ ସହ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲେ ଗାଁ ଲୋକେ। ଗାଁରେ ପ୍ରଜାକୋର୍ଟ କରି ସମସ୍ତ ୫ ଜଣଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ ଗାଁ ଲୋକେ। ଅଭିଯୁକ୍ତଙ୍କୁ ଅଟକ ରଖି ନାବାଳିକାର ସନ୍ଧାନ ନେଉଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raPE-1_1626433182.jpg)