Advertisment

ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ

‍‍ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ତେବେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି। ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବି ପୂରଣ ନହେଲେ କୌଣସି ଶିକ୍ଷକଙ୍କୁ ଖାତା ଦେଖା ପାଇଁ ମୂଲ୍ୟାୟନ କେନ୍ଦ୍ର ଭିତରକୁ […]

ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ

matric exam

Advertisment

‍‍ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ତେବେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Advertisment

ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି। ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବି ପୂରଣ ନହେଲେ କୌଣସି ଶିକ୍ଷକଙ୍କୁ ଖାତା ଦେଖା ପାଇଁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡାଯିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି।

ସେପଟେ ଶିକ୍ଷକଙ୍କ ଆନ୍ଦୋଳନକୁ କାଉଣ୍ଟର୍ କରିବାକୁ ବ୍ୟାକ୍ଅପ୍ ପ୍ଲାନ ପ୍ରସ୍ତୁତ ରଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।  ମାଟ୍ରିକ୍ ଖାତା ଦେଖା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର କରାଯିବା ସହ ୧୩ ହଜାର ୨୮୦ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।

Advertisment

ସେମାନଙ୍କ ମଧ୍ୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି  ବ୍ଲକ୍ ଗ୍ରାଣ୍ଟ ସ୍କୁଲର ପ୍ରାୟ ୫ ହଜାର ଶିକ୍ଷକ। ଏହାର ବିକଳ୍ପ ଭାବେ ଚୁକ୍ତି ଭିତ୍ତିକ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହେବେ ବୋଲି ବୋର୍ଡ କହିଛି।

ଆନ୍ଦୋଳନରତ ଶିକ୍ଷକ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କ ବଦଳରେ ଚୁକ୍ତିଭିତ୍ତିକ ଏବଂ ଅନୁଭବୀ ଶିକ୍ଷକଙ୍କୁ  ଆବଶ୍ୟକସ୍ଥଳେ ନିୟୋଜିତ କରାଯିବ ବୋଲି  କହିଛି ମାଧ୍ୟମିକ ଶିକ୍ଷା ପରିଷଦ। ବୋର୍ଡର କଣ୍ଟ୍ରୋଲର କହିଛନ୍ତି ମୋଟ୍ ୫୭ଟି ମୂଲ୍ୟାୟନ କେନ୍ଦ୍ର ଭିତରୁ ୮ଟି କେନ୍ଦ୍ରକୁ ବାଦ ଦେଲେ ସବୁ କେନ୍ଦ୍ର ଗୁଡିକରେ ଶିକ୍ଷକ ମାନେ ଖାତା ଦେଖାରେ ଯୋଗ ଦେଇଛନ୍ତି।

Advertisment
Odisha Matric Exam Evaluation Of Matric Exam Papers Matric Exam Papers Evaluation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ