Advertisment

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଧୀରେ ଧରେ ହେବାରେ ଲାଗିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି  ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ। ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍‌ଙ୍କୁ ଘରୁ ଉଠାଇ ନେଇ ମାରାଥନ୍‌ ଜେରା […]

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

wedding gift blast

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଧୀରେ ଧରେ ହେବାରେ ଲାଗିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment

କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି  ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ।

ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍‌ଙ୍କୁ ଘରୁ ଉଠାଇ ନେଇ ମାରାଥନ୍‌ ଜେରା କରୁଥିଲା। ଗତକାଲି ତାଙ୍କ ଘରୁ ବାଣ ମଧ୍ୟ ଜବତ କରାଯାଇଥିବା ନେଇ ସୂଚନା ଆସିଥିଲା। ଗତ ଦୁଇ ଦିନରେ କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାରେ ୮ ଜଣଙ୍କୁ ଉଠାଇ ନେଇ ଜେରା କରିଥିଲା।

Advertisment

ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ଭୂମିକା ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମୃତ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଅଛନ୍ତି। ଅଧ୍ୟାପକ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ। କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଥିଲା। ସେ ବିଭିନ୍ନ ସମୟରେ ସଂଯୁକ୍ତାଙ୍କୁ ହଇରାଣ କରୁଥିଲେ। ଏମିତିକି କାନ୍ଥବାଡ଼ରେ ସଂଯୁକ୍ତାଙ୍କ ନାଁରେ କୁତ୍ସା ରଟନା କରୁଥିଲେ।

Advertisment

ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସେ ଏସ୍‌ସିବିରେ ଚିକିତ୍ସିତ ହୋଇ କିଛି ଦିନ ହେବ ଘରକୁ ଫେରିଛନ୍ତି।

Patnagarh Wedding Gift Blast Patnagarh Patnagarh Wedding Gift Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ