Advertisment

ପେନ୍‌ସନ୍‌ ପାଇଁ ପୁଅ ଆଣୁଥିଲା ମୃତ ମା’ର ଟିପଚିହ୍ନ

କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି। କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍‌ରରେ ଲୁଚାଇ ରଖିଥିବା ଘଟଣା ସାମ୍‌ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଏନେଇ ପୋଲିସ୍‌କୁ ଖବର ମିଳିବା […]

ପେନ୍‌ସନ୍‌ ପାଇଁ ପୁଅ ଆଣୁଥିଲା ମୃତ ମା’ର ଟିପଚିହ୍ନ

dead body found

Advertisment

କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି।

Advertisment

କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍‌ରରେ ଲୁଚାଇ ରଖିଥିବା ଘଟଣା ସାମ୍‌ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି।

ଏନେଇ ପୋଲିସ୍‌କୁ ଖବର ମିଳିବା ପରେ ସୁବ୍ରତ ରହୁଥିବା ଦୁଇ ମହଲା ବିଶିଷ୍ଟ ଉକ୍ତ ଘରେ ଚଢାଉ କରି ଉକ୍ତ ମହିଳାଙ୍କ ମୃତଦେହକୁ ଜବତ କରିବା ସହ ବାପ ଓ ପୁଅଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି।

Advertisment

ସୁବ୍ରତ ମଜୁମ୍‌ଦାର ନାମକ ଜଣେ ବ୍ୟକ୍ତି ନିଜ ମା’ଙ୍କ ପେନ୍‌ସନ୍‌ ପାଇବା ପାଇଁ ଏଭଳି କାଣ୍ଡ କରିଛନ୍ତି। ମା’ଙ୍କ ଆଙ୍ଗୁଠିର ଟିପଚିହ୍ନ ଆଣିବାପାଇଁ ସେ ମୃତଦେହକୁ ଲୁଚାଇ ରଖିଥିଲେ। ଦକ୍ଷିଣ କୋଲକାତାର ବେହେଲା ଅଞ୍ଚଳରେ ଘଟିଛି ଏଭଳି ବିଚିତ୍ର ଘଟଣା।

ଘଟଣାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ପ୍ରାୟ ୩ ବର୍ଷ ତଳେ ଏକ ଘରୋଇ ହସ୍ପିଟାଲରେ ସୁବ୍ରତଙ୍କ ମା ବୀଣା ମଜୁମଦାରଙ୍କ ମୃତ୍ୟୁ ଘଟିଥିଲା। ହେଲେ ସୁବ୍ରତ ତାଙ୍କ ମୃତଦେହ ସତ୍କାର କରି ନ ଥିଲେ। ସେ ସେବେଠୁ ଫ୍ରିଜରେ ବିଭିନ୍ନ ରାସାୟନିକ ପଦାର୍ଥ ଦେଇ ସଂରକ୍ଷିତ କରି ରଖିଥିଲେ। କାରଣ ବୀଣାଙ୍କ ୫୦ ହଜାର ଟଙ୍କା ପେନ୍‌ସନ୍‌ ଉପରେ ସୁବ୍ରତଙ୍କ ଥିଲା ଆଖି। ଯେହେତୁ ସୁବ୍ରତ କିଛି କାମ କରୁନଥିଲେ, ବେକାର ଥିଲେ ତେଣୁ ସେ ଚାହୁଁଥିଲେ କି ଅତି ସହଜ ଉପାୟରେ କିଭଳି ଭାବରେ ଏହି ପେନ୍‌ସନ୍‌କୁ ହାସଲ କରିହେବ।

Advertisment

ତେବେ ଏଠାରେ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ସୁବ୍ରତଙ୍କ ଏହି କାର୍ଯ୍ୟକଳାପ ତାଙ୍କ ପିତା ଗୋପାଳ ଚନ୍ଦ୍ର ମଜୁମଦାରଙ୍କୁ ଜଣାଥିଲେ ମଧ୍ୟ ସେ ଚୁପ୍‌ ରହୁଥିଲେ।। ଗୋପାଳଙ୍କ ବୟସ ପାଖାପାଖି ୯୦। ଉଭୟ ଗୋପାଳ ଓ ବୀଣା ଏଫ୍‌ସିଆଇରେ କାମ କରୁଥିଲେ। ତେବେ ବୀଣାଙ୍କ ଜୀବନ ଫେରାଇ ଆଣିବା ପାଇଁ ମୃତଦେହକୁ ଫ୍ରିଜରରେ ରଖିଥିବା କଥା ସୁବ୍ରତ ଜଣାଇଥିଲା ବୋଲି ପୋଲିସ୍‌ ଆଗରେ ଗୋପାଳ କହିଛନ୍ତି।

କୋଲକାତାର ଏକ ଇଂଲିଶ ମିଡ଼ିୟମ୍‌ ସ୍କୁଲରୁ ପାଠପଢ଼ା ସାରି ସୁବ୍ରତ ଟାଙ୍ଗରା ସ୍ଥିତ ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରୁ ଡିଗ୍ରୀ ହାସଲ କରିଥିଲେ। ପରେ ଏକ ଲେଦର କମ୍ପାନୀରେ ସେ ଚାକିରୀ ପାଇଲେ। ମାତ୍ର ପରେ କମ୍ପାନୀରୁ ବାହାରି ନିଜେ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ବ୍ୟବସାୟରେ ସଫଳତା ନ ପାଇବାରୁ ଦୀର୍ଘ ୩ ବର୍ଷ ହେଲା ସୁବ୍ରତ ବେକାର ଥିଲେ।

Kolkata Freezer Kolakata Man Keeps Mother Body In Freezer Man Keeps Mother Body In Freezer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ