Advertisment

ସ୍ତ୍ରୀ, ଛୁଆକୁ ହାଣିଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗାଁର ରମେଶ କୁମାର। କୋର୍ଟକୁ କାଉନସେଲିଂ ପାଇଁ ରମେଶଙ୍କ ପତ୍ନୀ ସଞ୍ଜିତା ଚୌଧୁରୀ, ଶାଶୂ ଲଳିତା ଚୌଧୁରୀ ଓ ଶିବାନୀ ନାମ୍ନୀ ଶିବାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କର […]

ସ୍ତ୍ରୀ, ଛୁଆକୁ ହାଣିଲା ସ୍ୱାମୀ

sambalpur court

Advertisment

ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି।

Advertisment

ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗାଁର ରମେଶ କୁମାର।

କୋର୍ଟକୁ କାଉନସେଲିଂ ପାଇଁ ରମେଶଙ୍କ ପତ୍ନୀ ସଞ୍ଜିତା ଚୌଧୁରୀ, ଶାଶୂ ଲଳିତା ଚୌଧୁରୀ ଓ ଶିବାନୀ ନାମ୍ନୀ ଶିବାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କର ଛୋଟ ଝିଅ କୋର୍ଟରେ ପହଞ୍ଚିବା ପରେ ରମେଶ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

Advertisment

ଗୁରୁତର ଅବସ୍ଥାରେ ଆହତଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ରମେଶଙ୍କ ପତ୍ନୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ୍।

Sambalpur District Family Court Sambalpur Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ