kandhamal
କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି।
ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ।
ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବାବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ ପଡ଼ିବାରୁ ତାକୁ ତଳେ କଚାଡ଼ି ଦେଇଥିଲେ। ଫଳରେ ଝିଅଟିର ଅବସ୍ଥା ଗୁରୁତର ହୋଇପଡ଼ିଥିବାବେଳେ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସଙ୍କଟାପନ୍ନ ଅବସ୍ଥାରେ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଝିଅର ମା’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kandhamal_1626499102.jpg)