Advertisment

ବାର୍‌ଗାର୍ଲଙ୍କ ସହ ଅୟସ୍‌ ପାଇଁ ଲୁଟ୍

ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍‌ଗାର୍ଲଙ୍କ ସହ ଅୟସ୍‌ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍‌ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର। ପୂରା ଫିଲ୍ମୀ ଅନ୍ଦାଜ୍‌ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍‌ଗାର୍ଲଙ୍କ […]

ବାର୍‌ଗାର୍ଲଙ୍କ ସହ ଅୟସ୍‌ ପାଇଁ ଲୁଟ୍

lootera gang

Advertisment

ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍‌ଗାର୍ଲଙ୍କ ସହ ଅୟସ୍‌ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍‌ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର।

Advertisment

ପୂରା ଫିଲ୍ମୀ ଅନ୍ଦାଜ୍‌ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍‌ଗାର୍ଲଙ୍କ ପଛରେ ଟଙ୍କା ଉଡାଇବା ହେଉଛି ଏମାନଙ୍କ ସଉକ୍। ଲୁଟ୍ ଟଙ୍କାରେ ସଂଧ୍ୟାକୁ ରଙ୍ଗୀନ କରୁଥିଲେ ଏହି ରଙ୍ଗିଲା ଲୁଟେରା। ଯେଉଁ ବାର୍‌ଗାର୍ଲଙ୍କ ଡ୍ୟାନ୍ସ ଏମାନଙ୍କୁ ପସନ୍ଦ  ଆସୁଥିଲା ତା’ ଉପରେ ସିନେମା ଷ୍ଟାଇଲରେ ଟଙ୍କା ଉଡାଉ ଥିଲେ। ପୋଲିସ ଜାଲରେ ଫସିବା ପରେ ଖୋଲିଛି ଏମାନଙ୍କ ରଙ୍ଗୀନ୍ ଜୀବନଯାପନ ଶୈଳୀର ଗୁମର।

ପଳାସପଲ୍ଲିରୁ ଖଣ୍ଡଗିରି ହାଇେଓ୍ୱ ମଧ୍ୟରେ ନିଜ କାରାନାମା ଚଳାଇଥିଲା ଏହି ଲୁଟେରା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ରିଙ୍ଗ ଲିଡର ହେଉଛି ଜଣେ ନାବାଳକ, ଯିଏକି ସ୍ପିଡ୍ ବାଇକିଂରେ ଓସ୍ତାଦ୍। ପୋଲିସର ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଲୁଟ୍ କରୁଥିଲା ଏହି ଗ୍ୟାଙ୍ଗ। ନାବାଳକ ଦ୍ରୁତ ଗତିରେ ବାଇକ୍ ଚଳାଏ , ମଝିରେ ବସିଥିବା ସହଯୋଗୀ ମୋବାଇଲ ଫୋନ ହେଉ କି ସୁନା ଚେନ୍, କିମ୍ବା ଅନ୍ୟ କିଛି ଦାମିକା ଜିନିଷ, ଆଖି ପିଛୁଳାକେ ଝାମ୍ପି ନିଏ ଆଉ କେହି ବିରୋଧ କଲେ ପଛରେ ବସିଥିବା ଅନ୍ୟ ସହଯୋଗୀ ହାତରେ ଧରିଥିବା ଲୁହାରଡ୍‌ରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରେ।

Advertisment

ଗିରଫ ଲୁଟେରାଙ୍କଠାରୁ ପୋଲିସ  ୪ଟି ସୁନା ଚେନ, ଗୋଟିଏ ହୀରା କାନଫୁଲ ଓ ୧୦ଟି ଦାମୀ ମୋବାଇଲ ଜବତ କରିଛି ଏମାନଙ୍କ ନାଁରେ ଖଣ୍ଡଗିରି ଥାନା ଏକାଧିକ ମାମଲା ରହିଛି।

ପୋଲିସକୁ ବାରମ୍ବାର ଚକମା ଦେଇ ଖସିଯାଉଥିଲା ଏହି ଗ୍ୟାଙ୍ଗ।  ତେବେ ଗତକାଲି ଦୁଇଟି  ଚୋରା ଚେନକୁ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ  ବିକ୍ରି ପାଇଁ ବରମୁଣ୍ଡା ବସଷ୍ଟାଣ୍ଡକୁ ଆସିଥିଲା ବେଳେ ସୁରାକ୍ ପାଇଥିଲା ପୋଲିସ। ଆଉ ନେଣେଦେଣେ ଚାଲିଥିବା ପରେ ଚଢାଉ କରି ବଣିଆ ସମେତ ଲୁଟେରା ଧରାପଡ଼ିଯାଇଥିଲେ।

Advertisment
Crimes In Bhubaneswar Lootera Gang Mobile Snatchers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ