Advertisment

ଅଧ୍ୟାପକରୁ ହାର୍ଡକୋର ଅପରାଧୀ

ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍‌। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍‌ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ […]

ଅଧ୍ୟାପକରୁ ହାର୍ଡକୋର ଅପରାଧୀ

punjilal meher

Advertisment

ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍‌। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ।

Advertisment

ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍‌ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି।

ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ କିଛି କରି ଦେଖାଇବାକୁ ଉତ୍ସାହ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ୍‌ ମେହେର। ଅଧ୍ୟାପକ ହୋଇ ଦିନେ ଛାତ୍ରଛାତ୍ରୀଙ୍କୁ ଗାନ୍ଧି, ନେତାଜୀଙ୍କ ଉଦାହରଣ ଦେଉଥିବା ମଣିଷ କେମିତି ପାଲଟିଗଲା ନରହନ୍ତା। ଆଖି ଓ କାନକୁ ବିଶ୍ୱାସ ହେଉ ନଥିଲେ ବି କଥାଟା ସତ।

Advertisment

ଶହ ଶହ ପିଲାଙ୍କୁ ସ୍ୱପ୍ନ ବାଣ୍ଟୁଥିବା ପୁଞ୍ଜିଲାଲ୍‌ ଏବେ ହତ୍ୟା ଅଭିଯୁକ୍ତ। ଦୁଇ ଦୁଇ ଜଣଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେଉଛନ୍ତି ପୁଞ୍ଜିଲାଲ୍‌।

ଭଇଁଷା କଲେଜ ଛାତ୍ରମାନଙ୍କ କହିବା କଥା, ଆଗରୁ ବେଶ୍ ଭଲ ଥିଲେ ପୁଞ୍ଜିଲାଲ୍‌ ସାର।  ତେବେ ପ୍ରିନ୍ସିପାଲ ପଦବୀରୁ ହଟିବା ପରେ ହିଁ ତାଙ୍କଠାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିବା କିଛି ଛାତ୍ର କହିଛନ୍ତି।

Advertisment

ଏପଟେ ୬ ଦିନ ପାଇଁ ରିମାଣ୍ଡରେ ଆଣି ପୁଞ୍ଜିଲାଲ୍‌ଙ୍କୁ ଜେରା କରୁଥିବା କ୍ରାଇବ୍ରାଞ୍ଚ୍  ହାତରେ ପ୍ରତ୍ୟକ ଦିନ ଲାଗୁଛି ନୂଆ ନୂଆ ତଥ୍ୟ। ପୁଞ୍ଜିଲାଲ୍‌ ସମ୍ପର୍କରେ ବହୁ ଅନାଲୋଚିତ ଦିଗ ସମ୍ପର୍କରେ ଖୁଲାସା ବି ହେଉଛି।  ଯେମିତିକି (ଗ୍ରାଫିକ୍ସ) ଅପରାଧ ପରେ ପ୍ରମାଣ ନଷ୍ଟ ପାଇଁ ହିନ୍ଦୀ ଫିଲ୍ମ ଦୃଶ୍ୟମକୁ ବାରମ୍ବାର ଦେଖୁଥିଲେ ପୁଞ୍ଜିଲାଲ୍।

ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାକୁ ଦୈନିକ ପଢୁଥିଲେ ନାମୀ ଲେଖକଙ୍କ ମୋଟିଭେସନ ବୁକ୍। ସେପଟେ ପୁଞ୍ଜିଲାଲ୍‌ର ଶୈଶବ ବେଶ୍ କଷ୍ଟରେ କଟିଥିବା ଏବଂ ପ୍ରିନ୍ସିପାଲ ପଦରୁ ଯିବା ପରେ ସେ ପ୍ରତିହିଂସା ପରାୟଣ ହୋଇପଡ଼ିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରାର ସମ୍ମୁଖୀନ ହେଉଥିବା ପୁଞ୍ଜିଲାଲର ରିମାଣ୍ଡକୁ ଆହୁରି ତିନି ଦିନ ବାକି ଅଛି। ଏ ଭିତରେ କ୍ରାଇମବ୍ରାଞ୍ଚକୁ ତାଙ୍କ ସମ୍ପର୍କରେ ଆଉ କି କି ତଥ୍ୟ ମିଳୁଛି, ତା ଉପରେ ନଜର।

Parcel Bomb Blast Punjilal Meher Patanagarh Parcel Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ