Advertisment

ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ୍

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ  ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି।  ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]

ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ୍

lalu yadav

Advertisment

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି।

Advertisment

ଗୋଖାଦ୍ୟ  ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି।  ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗ ଥିଲା।

ଏହି ମାମଲାରେ ଲାଲୁଙ୍କ ସହିତ ମୋଟ ୧୮ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସମେତ ୧୨ ଜଣଙ୍କୁ କୋର୍ଟ ଦୋଷମୁକ୍ତ ମଧ୍ୟ କରିଥିଲେ।

Advertisment

୧୯୯୫ରୁ ୧୯୯୬ ଭିତରେ ଡୁମକା  ଟ୍ରେଜେରିରୁ ବେଆଇନ ଭାବେ ୩ କୋଟି ୭୬ ଲକ୍ଷ ଟଙ୍କା ଉଠା ଯାଇଥିଲା।  ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ପ୍ରସାଦଙ୍କ ନାଁରେ ୫ଟି ମାମଲା ଅଛି।

ଡୁମକା ମାମଲାକୁ ମିଶାଇ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଚାଇଁବସା ଟ୍ରେଜେରିର ୨ଟି ମାମଲାରେ ତାଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଦେଓଧର ଟ୍ରେଜେରି ମାମଲାରେ ଲାଲୁଙ୍କୁ ହୋଇଛି ସାଢ଼େ ତିନି ବର୍ଷ ଜେଲ ଦଣ୍ଡାଦେଶ।  ୨୦୧୭ ଡିସେମ୍ବର ୩ ତାରିଖରୁ ସେ ଜେଲରେ ଅଛନ୍ତି।

Advertisment
Lalu Prasad Yadav Fodder Scam Lalu Yadav Rjd Chief Lalu Yadav Special Cbi Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ