Advertisment

ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]

ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

Tej Pratap

Advertisment

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ।

Advertisment

ତେବେ ପଢ଼ନ୍ତୁ ପୂରା ଘଟଣା କ’ଣ…

publive-image

ପ୍ରକୃତରେ ଲାଲୁଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅକୁ ବିବାହ କରୁଛନ୍ତି। ଗତକାଲି ପାଟନାର ଏକ ପଞ୍ଚ ତାରକା ମୌର୍ଯ୍ୟ ହୋଟେଲରେ ତେଜ ପ୍ରତାପଙ୍କ ନିର୍ବନ୍ଧ ଐଶ୍ୱର୍ଯ୍ୟା ରାୟଙ୍କ ସହ ସମ୍ପନ୍ନ ହୋଇଛି। ଉତ୍ସବରେ ଉଭୟଙ୍କ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତରେ ଉଭୟ ପରସ୍ପରଙ୍କୁ ମୁଦି ପିନ୍ଧାଇଥିଲେ। ଲାଲୁଙ୍କ ପତ୍ନୀ ରାବ୍‌ଡ଼ି ଦେବୀ ବୋହୂଙ୍କୁ ଆଶୀର୍ବାଦ କରିଥିଲେ।

publive-image

publive-image

ନିର୍ବନ୍ଧ ସରିବା ପରେ ତେଜ୍‌ ପ୍ରତାପଙ୍କ କିଛିଟା ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Advertisment

publive-image

publive-image

‘ଆଜି ଠୁ ସବୁ ତୁମର’ ବୋଲି ନିର୍ବନ୍ଧ ପରେ ତେଜ୍‌ ପ୍ରତାପ ଟ୍ୱିଟ୍‌ କରିଥିଲେ।

publive-image
publive-image

ଅନ୍ୟପକ୍ଷରେ ଏଭଳି ଏକ ଖୁସି ମୁହୂର୍ତ୍ତରେ ଲାଲୁଙ୍କ ଅନୁପସ୍ଥିତି ପୂରା ବାରି ହେଉଥିଲା। ତେଜ୍‌ ପ୍ରତାପ ମଧ୍ୟ ‘ମିସ୍‌ ୟୁ ପାପା’ ବୋଲି ଟ୍ୱିଟ୍‌ କରିଥିଲେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଯାଦବ ଏବେ ଜେଲ୍‌ରେ।

Advertisment

ଆହୁରି ମଧ୍ୟ ପଢ଼ନ୍ତୁ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ

publive-image

publive-image

ଐଶ୍ୱର୍ଯ୍ୟାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ।

Tej Pratap Yadav Lalu Yadav Lalu Son Marriage Tej Pratap Marriage Lalu Son Marry To Aishwarya Roy Lalu Son Tej Pratap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ