Tej Pratap Wedding
ପାଟନା: ବାହାହେଲେ ଲାଲୁଙ୍କ ଲାଡ଼୍ଲା। ଆର୍ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଛନ୍ତି ତେଜ୍।
/odishatv-khabar/media/post_attachments/wp-content/uploads/2018/05/tej-wed-14.png)
/odishatv-khabar/media/post_attachments/wp-content/uploads/2018/05/tej-wed-10.jpg)
ବିହାର ରାଜଧାନୀ ପାଟ୍ନା ସ୍ଥିତ ଭେଟନାରୀ କଲେଜ ପଡ଼ିଆରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, କଂଗ୍ରେସ ନେତା ଦିଗ୍ବିଜୟ ସିଂ, ଜେଡିୟୁ ନେତା ଶରଦ ଯାଦବ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
/odishatv-khabar/media/post_attachments/wp-content/uploads/2018/05/tej-wed-8.jpg)
/odishatv-khabar/media/post_attachments/wp-content/uploads/2018/05/tej-wed-12.jpg)
ସେପଟେ ବିବାହରେ ସମସ୍ତେ ଆନନ୍ଦ ଓ ଖୁସିର ମଜା ଉଠାଉଥିବାବେଳେ, ଏହି ସମୟରେ ଏମିତି କିଛି ଘଟଣା ଘଟିଲା ଯାହାକି ବିବାହ ପରିବେଶକୁ ପୂରା ଫିକା କରି ଦେଇଥିଲା। ଘଟଣା ହେଲା ତେଜପ୍ରତାପ-ଐଶ୍ୱର୍ଯ୍ୟାଙ୍କ ଜୟମାଳା ପାଇଁ ତିଆରି ହୋଇଥିବା ମଞ୍ଚର ଗୋଟିଏ ପଟ ଭାଙ୍ଗି ଯାଇଥିଲା। ଫଳରେ ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ଅଧିକ ଲୋକ ମଞ୍ଚ ଉପରେ ଉପସ୍ଥିତ ରହିବା ଫଳରେ ଏଭଳି ଅଘଟଣ ଘଟିଥିବାର ଜଣାପଡ଼ିଛି।
/odishatv-khabar/media/post_attachments/wp-content/uploads/2018/05/tej-wed-1.jpg)
/odishatv-khabar/media/post_attachments/wp-content/uploads/2018/05/tej-wed-11.jpg)
କେବଳ ଯେ ଏତିକି ନୁହେଁ ଖାଦ୍ୟସାମଗ୍ରୀ ମଧ୍ୟ ଲୋକମାନେ ଲୁଟି ନେଇଥିଲେ। ଭେଟେନାରୀ କଲେଜ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ଲୋକମାନଙ୍କର ପୂରା ଭିଡ଼ ଦେଖିବାକୁ ମିଳିଥିଲା। ଏମିତି ଭିଡ଼ ଯେ ପୂରା ନିୟନ୍ତ୍ରଣ ବାହାରେ ଥିଲା। ଭିଆଇପି ଓ ମିଡ଼ିଆ ପାଇଁ ପ୍ରସ୍ତୁତ ହୋଇଥିବା ପେଣ୍ଡାଲ୍କୁ ଅଲଗା କରୁଥିବା ସୁରକ୍ଷାବଳୟକୁ ଲୋକମାନେ ଭାଙ୍ଗି ଖାଇବା ଜିନିଷ, ବାସନ ଓ ଅନ୍ୟାନ୍ୟ ଜିନିଷ ସବୁ ଲୁଟି ନେଇ ଯାଇଥିଲେ। ଜୟମାଳା କାର୍ଯ୍ୟକ୍ରମର କିଛି ସମୟ ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
/odishatv-khabar/media/post_attachments/wp-content/uploads/2018/05/tej-wed-3.jpg)
/odishatv-khabar/media/post_attachments/wp-content/uploads/2018/05/tej-wed-13.jpg)
ଜେଲ୍ରୁ ପାରୋଲ୍ରେ ଆସି ପୁଅ ବାହାଘରରେ ଯୋଗ ଦେଇଥିଲେ ଲାଲୁ। ବାହାଘରେ ପରେ ରାତିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ଉଭୟଙ୍କ ପରିବାର ଏବଂ ସଂପର୍କୀୟ ଯୋଗ ଦେଇଥିଲେ। ପାର୍ଟିରେ ତେଜ ପ୍ରତାପ ଏବଂ ଐଶ୍ୱର୍ଯ୍ୟା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tej-wed_1626505013.jpg)