Advertisment

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ୍‌.ଡି. କୁମାରସ୍ୱାମୀ

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ କୁମାରସ୍ୱାମୀ ବିଧାନସଭାରେ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍‌ରୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି। ତେବେ କାହାକୁ କେଉଁ […]

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ୍‌.ଡି. କୁମାରସ୍ୱାମୀ

kumar swami-=1

Advertisment

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ତେବେ କୁମାରସ୍ୱାମୀ ବିଧାନସଭାରେ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍‌ରୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି। ତେବେ କାହାକୁ କେଉଁ ବିଭାଗ ମିଳିବ, ସେନେଇ ଆସନ୍ତାକାଲି ଆଲୋଚନା ହେବ ବୋଲି କୁମାରସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି।

publive-image ଆଜି ଅପରାହ୍ନରେ ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଲାଗି ଭବ୍ୟ ଆୟୋଜନ କରାଯାଇଛି। ଏହି ଶପଥ ସମାରୋହ ଉତ୍ସବରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଅଣବିଜେପି ନେତା ସାମିଲ ହେବା କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଏକ ବୃହତ ମେଳି ପାଇଁ ବିରୋଧୀ ମାନେ ଏକାଠି ହେଉଥିବା ଚର୍ଚ୍ଚା ହେଉଛି।

Advertisment
Karnataka Kumaraswamy Take Oath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ