Advertisment

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍ ଡାଏ ଘୋଷଣା

ଜୟପୁର: ଛାତ୍ର ଅଶାନ୍ତି ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସାଇନ୍ ଡାଏ ଘୋଷଣା କରାଯାଇଛି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ୧୦୦ରୁ ଅଧିକ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ୟୁନିଭରସିଟିର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଓ ମେଡିକାଲ ଖୋଲିବା ଆଦି  ୫୨ଟି ଦାବି ନେଇ […]

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍ ଡାଏ ଘୋଷଣା

koraput central university

Advertisment

ଜୟପୁର: ଛାତ୍ର ଅଶାନ୍ତି ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସାଇନ୍ ଡାଏ ଘୋଷଣା କରାଯାଇଛି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ୧୦୦ରୁ ଅଧିକ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ୟୁନିଭରସିଟିର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଓ ମେଡିକାଲ ଖୋଲିବା ଆଦି  ୫୨ଟି ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି।

ଗତକାଲି କୁଳପତି ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନରୁ ହଟି ନାହାନ୍ତି ଛାତ୍ରଛାତ୍ରୀ। ସେହିଭଳି ସୁନାବେଡା ଆଇଆଇସି ମଧ୍ୟ ଘଟଣାସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି।

Advertisment

ଏହାସତ୍ତ୍ୱେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟି ନାହାନ୍ତି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ଅଛନ୍ତି।

Koraput Koraput Central University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ