Advertisment

ଲଟେରି ବଦଳେଇଦେଲା ଭାଗ୍ୟ : ଡ୍ରାଇଭରରୁ ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା। ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । […]

ଲଟେରି ବଦଳେଇଦେଲା ଭାଗ୍ୟ : ଡ୍ରାଇଭରରୁ ପାଲଟିଗଲେ କୋଟିପତି

driver

Advertisment

ନୂଆଦିଲ୍ଲୀ: ବେଳେବେଳେ ମଣିଷ ଯାହା ଭାବି ନଥାଏ, ତାହା ହୋଇଯାଏ। ଏହା ସମସ୍ତଙ୍କୁ ଚକିତ କରେ। ଯାହାକୁ କହନ୍ତି କପାଳ ଲିଖନ। ଏମିତି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ନିଜର ଭାଗ୍ୟ ବଳରେ ଡ୍ରାଇଭରରୁ ପାଲଟିଯାଇଛନ୍ତି କୋଟିପତି । ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହା କିପରି ସମ୍ଭବ ହେଲା।

Advertisment

ଦୁବାଇରେ ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଜନ୍ ବର୍ଗିସ । ଭାରତର କେରଳ ନିବାସୀ ଜନ୍ ଆଜି ୨୧କୋଟି ଟଙ୍କାର ମାଲିକ ହୋଇଛନ୍ତି । ୧୨ମିଲିୟନର ଏକ ଲଟେରି ଟିକେଟ ଜିତି ଭାରତୀୟ ମୁଦ୍ରାରେ ୨୧କୋଟି ଟଙ୍କାର ବିଜେତା ହୋଇଛନ୍ତି ।

publive-image୨୦୧୬ରେ କେରଳରୁ ଦୁବାଇ ଆସିଥିବା ଜନ୍ ଏକ ଘରୋଇ ସଂସ୍ଥାରେ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ଦୁବାଇ ବିମାନ ବନ୍ଦରରେ ଲଟେରି ଟିକେଟର ବିଜେତା ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା । ଯାହାକୁ ଶୁଣିବା ପରେ ସେ ଆଦୌ ବିଶ୍ୱାସ କରିପାରିନଥିଲେ। ପ୍ରଥମେ ଭାବିଥିଲେ କୌଣସି ସାଙ୍ଗସାଥି ବୋଧେ ଫୋନ୍‌ କରି ଏପ୍ରିଲ୍ ଫୁଲ୍‌ ଖବର ଦେଉଛନ୍ତି। କିନ୍ତୁ ପରେ ଜାଣିପାରିଥିଲେ ସତରେ ସେ ଲଟେରି ଜିତିଛନ୍ତି।

Advertisment

ଜନ୍ ବର୍ଗିସଙ୍କ ଦୁଇ ପିଲା ଓ ସ୍ତ୍ରୀକୁ ନେଇ ଛୋଟିଆ ସଂସାର। ଅଳ୍ପ ରୋଜଗାରରେ ସୁଖେ ଦୁଃଖେ ପରିବାର ଚଳେ। ଏବେ ୨୧କୋଟି ଟଙ୍କା ପାଇ ସେ ନିଜର କିଛି ବନ୍ଧୁଙ୍କୁ ସାହାଯ୍ୟ କରିବା ସହ  ନିଜ ପିଲାଙ୍କ ପାଠପଢାରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଆଉ ଏଥିପାଇଁ ଜନ୍‌ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

(ଫଟୋ ସୌଜନ୍ୟ : coastaldigest.com)

Kerala Dubai Lottery Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ