Advertisment

ଖୋଲିଲା କେଦାରନାଥ ଧାମ

ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା। ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍।  ଏହି […]

ଖୋଲିଲା କେଦାରନାଥ ଧାମ

kedarnath temple

Advertisment

ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା।

Advertisment

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍।  ଏହି ସୋ ଆସନ୍ତା ମେ ୫ ପର୍ଯ୍ୟନ୍ତ ଚାଲିବ।

ଐତିହ୍ୟପୂର୍ଣ୍ଣ କେଦାରନାଥ ଧାମ୍ ୬ମାସ ଖୋଲା ଏବଂ ୬ ମାସ ବନ୍ଦ ରହିଥାଏ।  ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ଦର୍ଶନ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ବିଭିନ୍ନ ପ୍ରକାର ସୁବିଧା କରିଛନ୍ତି।  ଗୌରୀକୁଣ୍ଡରୁ କେଦାରନାଥ ପର୍ଯ୍ୟନ୍ତ ସଡ଼କ, ପାଣି, ବିଜୁଳି, ଚିକିତ୍ସା ସୁବିଧା କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Advertisment
Kedarnath Dham Kedarnath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ