Advertisment

କାହାର ହେବ କର୍ଣ୍ଣାଟକ? କାଲି ଗଣତି, ଖୋଲିବ ଭାଗ୍ୟପେଡ଼ି

ବେଙ୍ଗାଲୁରୁ: ଆସନ୍ତାକାଲି ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି। ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟର ୩୮ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚିବ ଇଭିଏମ୍। ପ୍ରତି କେନ୍ଦ୍ରରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଚଳିତ ଥର […]

କାହାର ହେବ କର୍ଣ୍ଣାଟକ? କାଲି ଗଣତି, ଖୋଲିବ ଭାଗ୍ୟପେଡ଼ି

karnataka

Advertisment

ବେଙ୍ଗାଲୁରୁ: ଆସନ୍ତାକାଲି ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି। ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟର ୩୮ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisment

ଆଜି ସନ୍ଧ୍ୟା ସୁଦ୍ଧା ଏସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚିବ ଇଭିଏମ୍। ପ୍ରତି କେନ୍ଦ୍ରରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଚଳିତ ଥର ୭୨ ପ୍ରତିଶତ ଭୋଟ୍ ରେକର୍ଡ ହୋଇଛି।

ପ୍ରାୟ ୫ କୋଟି ଭୋଟର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ଚଳିତ ଥର ରାଜ୍ୟରେ ନୂତନ ଭୋଟର ଭାବେ ଯୋଡ଼ି ହୋଇଛନ୍ତି ୧୫ ଲକ୍ଷ ଭୋଟର।

Advertisment

ସେପଟେ କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ରାଜ୍ୟରେ ଝୁଲା ବିଧାନସଭା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ମଇଦାନରେ ଥିବା ପ୍ରମୁଖ ତିନି ଦଳ ସରକାର ଗଠନ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Karnataka Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ