Advertisment

କର୍ଣ୍ଣାଟକରେ ଭୋଟ୍‌ ଗଣତି ଆରମ୍ଭ: ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ବେଙ୍ଗାଲୁରୁ: ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ମୋଟ୍‌ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। […]

କର୍ଣ୍ଣାଟକରେ ଭୋଟ୍‌ ଗଣତି ଆରମ୍ଭ: ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

Karnataka

Advertisment

ବେଙ୍ଗାଲୁରୁ: ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ମୋଟ୍‌ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଉଭୟ ପାଖାପାଖି ଥିବାବେଳେ ଜେଡ଼ିଏସ୍‌ ଟିକେ ପଛୁଆ ରହିଛି।

କର୍ଣ୍ଣାଟକରେ ଏଥର ହୋଇଛି ତ୍ରିମୁଖୀ ଲଢ଼େଇ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରୁ ଏଥର ୨୨୨ ଆସନରେ ନିର୍ବାଚନ ହୋଇଛି। ରାଜ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। କେବଳ ବେଙ୍ଗାଲୁରୁରେ ୧୧ ହଜାର ପୋଲିସ, ଗୋଟିଏ କମ୍ପାନି ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସକୁ କଡ଼ା ଟକ୍କର ଦେଉଛି ବିଜେପି। ତେବେ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ର ରେଜଲ୍ଟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। କାରଣ ଅଧିକାଂଶ ସର୍ଭେ ରିପୋର୍ଟରେ କୌଣସି ବି ଦଳକୁ ସ୍ପଷ୍ଟ ବହୁମତ ମିଳୁନାହିଁ। ତା’ ସାଙ୍ଗକୁ ଜେଡିଏସ୍‌ର ଫଳାଫଳ ଉପରେ ବି ରହିଛି ସମସ୍ତଙ୍କ ନଜର।

Karnataka Karnataka Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ