Advertisment

କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ […]

କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

karnataka

Advertisment

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ ୩୯ ଆସନ ମିଳିବା ସମ୍ଭାବନା ରହିଛି। ନ୍ୟୁଜ୍‌-X ସର୍ଭେରେ ବିଜେପିକୁ ୧୦୨ରୁ ୧୧୦, କଂଗ୍ରେସକୁ ୭୨ରୁ ୭୮, ଜେଡିଏସ୍ ୩୫ରୁ ୩୯ ଏବଂ ଅନ୍ୟାନ୍ୟ ଦଳକୁ ୩ ରୁ ୫ଟି ସିଟ୍ ମିଳିବ ବୋଲି କୁହାଯାଇଛି।

ତେବେ ଦିଗ୍‌ବିଜୟ ନ୍ୟୁଜ୍‌ ବିଜେପିକୁ ଆଗୁଆ ରଖିଛି। ବିଜେପି ୧୦୩ରୁ ୧୦୭, କଂଗ୍ରେସକୁ ୭୬ ରୁ ୮୦ ଏବଂ ଜେଡିଏସ୍‌କୁ ମାତ୍ର  ୩୫ ସିଟ୍ ମିଳବ ବୋଲି ପୂର୍ବାନୁମାନ କରିଛି ଦିଗ୍‌ବିଜୟ ନ୍ୟୁଜ୍। ସେପଟେ କଂଗ୍ରେସକୁ ଇଣ୍ଡିଆ ଟୁଡେ ଏକ୍‌ଜିଟ୍ ପୋଲ୍‌ରେ ୧୦୬ରୁ ୧୧୮, ବିଜେପିକୁ ୮୦ରୁ ୯୩ ଏବଂ ଜେଡିଏସ୍‌କୁ ୨୨ରୁ ୩୦ ଆସନ ମିଳିବା ନେଇ ପୂର୍ବାନୁମାନ ଲଗାଇଛି।

Advertisment

କର୍ଣ୍ଣାଟକରେ ବିଜେପିର ବିଜୟ ସୁନିଶ୍ଚିତ ଓ ପୂର୍ଣ୍ଣ ବହୁମତରେ ଦଳ ସରକାର ଗଠନ କରିବ ବୋଲି କହିଛନ୍ତି, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍. ୟେଦିୟୁରପ୍ପା କହିଛନ୍ତି।  ନିର୍ବାଚନ ପରେ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଥିଲେ ମଧ୍ୟ ୟେଦିୟୁରପ୍ପା ଦୃଢ଼  ଆତ୍ମବିଶ୍ୱାସର ସହ କହିଛନ୍ତି, କର୍ଣ୍ଣାଟକରେ ବିଜେପି ୧୨୫-୧୩୦ରୁ ଅଧିକ ସିଟ୍‌ ପାଇବ।  କଂଗ୍ରେସ ୭୦ରୁ ଅଧିକ ସିଟ୍ ପାଇବ ନାହିଁ ଓ ଜେଡିଏସ୍ ୨୫ରୁ ଅଧିକ ସିଟ୍ ପାଇବ ନାହିଁ।  କଂଗ୍ରେସ ସରକାର ବିରୋଧରେ ଲୋକଙ୍କ କ୍ଷୋଭ ଥିଲା ଓ ବିଜେପି ସପକ୍ଷରେ ନିର୍ବାଚନୀ ହାଓ୍ୱା ଥିଲା। କର୍ଣ୍ଣାଟକରୁ କଂଗ୍ରେସ ପଳାଇବ।  ତେବେ ମଙ୍ଗଳବାର ଗଣତି ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ୟେଦିୟୁରପ୍ପା।

ଅନ୍ୟପକ୍ଷରେ ଏକ୍‌ଜିଟ୍‌ ପୋଲ୍‌ରୁ ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ବିଜେପି କିମ୍ବା କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ଏବଂ କିଙ୍ଗ ମେକର ହେବ ଜେଡିଏସ୍।  ଜେଡିଏସ୍ ବିନା ସରକାର ଗଠନ ସମ୍ଭବ ହେବ ନାହିଁ।  ଏଭଳି ପରିସ୍ଥିତିରେ ଜେଡିଏସ୍‌ର ଆଭିମୁଖ୍ୟ କଣ ରହିବ, ତାହା ଖୋଲାଖୋଲି ଭାବେ ଦଳ ପ୍ରକାଶ କରିନାହିଁ। ତେବେ ଦଳର ମୁଖପାତ୍ର ଦାନିସ୍ ଅଲି ସଙ୍କେତ ଦେଇଛନ୍ତି, କଂଗ୍ରେସ ଯଦି ନିଜ ଆଡୁ ପ୍ରସ୍ତାବ ଦିଏ, ହୁଏତ ଜେଡିଏସ୍ କଂଗ୍ରେସକୁ ସମର୍ଥନ କରିପାରେ।  କିନ୍ତୁ ଏଥିପାଇଁ କଂଗ୍ରେସକୁ ହିଁ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଜେଡିଏସ୍ ସମର୍ଥନ କରିବ ନାହିଁ ବୋଲି ସେ କହିଛନ୍ତି। ତେବେ କଂଗ୍ରେସ କହୁଛି, ନିଜ ଦମ୍‌ରେ ହିଁ ଦଳ କର୍ଣ୍ଣାଟକରେ କ୍ଷମତାକୁ ଫେରିବ। ତେବେ ଦେଖାଯାଉ କର୍ଣ୍ଣାଟକ କାହାର ହେଉଛି ଓ କେଉଁ ଦଳ ସରକାର ଗଠନ କରିବ।

Advertisment
Karnataka Election Exit Poll Karnataka Exit Poll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ