Advertisment

ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ : ୪ ବନ କର୍ମଚାରୀ ନିଲମ୍ବିତ

ଝାରସୁଗୁଡା  : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ  ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ।  ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ […]

ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ : ୪ ବନ କର୍ମଚାରୀ ନିଲମ୍ବିତ

elephant

Advertisment

ଝାରସୁଗୁଡା  : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।

Advertisment

ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ  ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ।  ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ ଲାଇନ୍ ପାର ହେବା ବେଳେ ଟ୍ରେନ୍ ଧକ୍କାରେ ୪ଟି ହାତୀର ମୃତ୍ୟୁ ହୋଇଥିଲା।

ଗତକାଲି ଏହି ଘଟଣାରେ ପିସିସିଏଫ୍ ଓ୍ୱାଇଲ୍ଡଲାଇଫ୍ ସନ୍ଦୀପ ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସେହିପରି ଟ୍ରେନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ବନବିଭାଗ ପକ୍ଷରୁ  ଝାରସୁଗୁଡା ଷ୍ଟେସନ ମ୍ୟାନେଜର ଓ ଚକ୍ରଧରପୁର ଡିଆରଏମଙ୍କୁ ଚିଠି ଲେଖାଯାଇଥିଲା।

Advertisment
DFO Death Of Elephant Forest Officials Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ