jio phone
ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍ ଜେନେରାଲ ମିଟିଂରେ ଏହି ଫୋନ୍ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’।
ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା ରହିଛି। ବଜାରରେ ଏହା ଅଗଷ୍ଟ ୧୫ରେ ଉପଲବ୍ଧ ହେବ। ଯାହର ମୂଲ୍ୟ ୨ହଜାର ୯୯୯ଟଙ୍କା ରହିଛି।
ଏଥିରେ ଡୁଆଲ-ସିମ୍ (ନାନୋ) ସପୋର୍ଟ କରିବା ସହ ୨.୪ ଇଞ୍ଚର QVGA ଡିସ୍ପ୍ଲେ ରହିଛି। ସେହିପରି ୫୧୨MB RAM ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। ପୁରୁଣା ଜିଓ ଫୋନ୍ ବ୍ୟବହାରକାରୀ ୫୦୧ଟଙ୍କା ଦେଇ ଜିଓ ଫୋନ୍ର ଅପଗ୍ରେଡ୍ କରାଇପାରିବେ।
୨୦୧୭ ମସିହା ଜୁଲାଇରେ ପ୍ରଥମ ଜିଓ ଫୋନ ଲଞ୍ଚ ହୋଇଥିଲା। ଏଥିରେ 4G VoLTE ନେଟୱର୍କ ରହିବା ସହ ଜିଓ ଆପ୍ସ୍ ମଧ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jio-phone_1626687511.jpg)