Advertisment

ଜିଜ୍ଞାସା ମିଶ୍ର ମୃତ୍ୟୁ ମାମଲା : ପୋଷ୍ଟମର୍ଟମ ରିପୋର୍ଟରୁ ଜିଜ୍ଞାସା ମଦ ପିଇଥିବା ସ୍ପଷ୍ଟ

ଭୁବନେଶ୍ୱର : କେମିତି ହେଲା  ଜିଜ୍ଞାସା ମିଶ୍ରଙ୍କ  ମୃତ୍ୟୁ? ଏହି ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଠେଲିବା ଯୋଗୁ ନୁହେଁ, ବରଂ ଏହା ଦୁର୍ଘଟଣା ଜନିତ ମୃତ୍ୟୁ। ଆଉ ବଡ଼ କଥା ହେଉଛି, ପାକସ୍ଥଳିରେ ଆଲକହଲ ବାହାରିଥିବାରୁ ନିଶାସକ୍ତ ଅବସ୍ଥାରେ ତିନି ତାଲା ବାଲକୋନିରୁ ପଡି ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି। ବାଲକୋନିରୁ ଏକ ଆଲକହଲ ଥିବା ଗ୍ଲାସ ଜବତ ହୋଇଥିବାରୁ ମଦ ପିଉଥିବା ଅବସ୍ଥାରେ ପଡିଯାଇଥିବା ଅନୁମାନ କରାଯାଉଛି। କେହି ତାଙ୍କୁ […]

ଜିଜ୍ଞାସା ମିଶ୍ର ମୃତ୍ୟୁ ମାମଲା : ପୋଷ୍ଟମର୍ଟମ ରିପୋର୍ଟରୁ ଜିଜ୍ଞାସା ମଦ ପିଇଥିବା ସ୍ପଷ୍ଟ

jignyaSHA

Advertisment

ଭୁବନେଶ୍ୱର : କେମିତି ହେଲା  ଜିଜ୍ଞାସା ମିଶ୍ରଙ୍କ  ମୃତ୍ୟୁ? ଏହି ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଠେଲିବା ଯୋଗୁ ନୁହେଁ, ବରଂ ଏହା ଦୁର୍ଘଟଣା ଜନିତ ମୃତ୍ୟୁ। ଆଉ ବଡ଼ କଥା ହେଉଛି, ପାକସ୍ଥଳିରେ ଆଲକହଲ ବାହାରିଥିବାରୁ ନିଶାସକ୍ତ ଅବସ୍ଥାରେ ତିନି ତାଲା ବାଲକୋନିରୁ ପଡି ଜିଜ୍ଞାସାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି।

Advertisment

ବାଲକୋନିରୁ ଏକ ଆଲକହଲ ଥିବା ଗ୍ଲାସ ଜବତ ହୋଇଥିବାରୁ ମଦ ପିଉଥିବା ଅବସ୍ଥାରେ ପଡିଯାଇଥିବା ଅନୁମାନ କରାଯାଉଛି। କେହି ତାଙ୍କୁ ଧକ୍କା ଦେଇଥିଲେ ଯେଉଁ ସ୍ଥାନରେ ତାଙ୍କ ମୃତ ଦେହ ପଡିଥିଲା, ତା ଠାରୁ ଦୂରରେ ପଡିବା କଥା, ହେଲେ ଏପରି କ୍ଷେତ୍ରରେ ତାହା ହୋଇନାହିଁ ବୋଲି ରିପୋର୍ଟରୁ ଜଣାପଡିଛି। ତେବେ ତିନି ମହଲାରୁ ପଡିବା ଯୋଗୁ ତାଙ୍କ ବ୍ରେନ୍‌ ହାମ୍ରେଜ ହୋଇଛି। ଲିଭରରେ ଶକ୍ତ ଆଘାତ ଲାଗି ତାହା ଫାଟି ଯାଇଛି ଏବଂ ଚଟାଣରେ ପିଟି ହୋଇ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ପୋଲିସ ଅପେକ୍ଷା କରିଛି ସନ୍ଦେହ ଭିତରେ ଥିବା ପୁରୁଷ ବନ୍ଧୁ ଶଶାଙ୍କଙ୍କ ଲାଇ ଡିଟେକସନ ରିପୋର୍ଟକୁ। ଏକାଧିକ ଥର ଜେରାର ସମ୍ମୁଖୀନ ହୋଇଥିବା ଶଶାଙ୍କଙ୍କୁ ପୋଲିସ କିନ୍ତୁ ଏଯାଏଁ ସଂପୂର୍ଣ୍ଣ କ୍ଲିନଚିଟ୍‌ ଦେଇନାହିଁ। ସମସ୍ତ ରିପୋର୍ଟକୁ ତର୍ଜମା କରିବା ପର୍ଯ୍ୟନ୍ତ ଶଶାଙ୍କ ପୋଲିସ ସ୍କାନରରେ ରହିବେ ବୋଲି ଡିସିପି କହିଛନ୍ତି। ଗତ ଶୁକ୍ରବାର ପଟିଆ ଶ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ବାଲକୋନିରୁ ଜିଜ୍ଞାସା ପଡିଯାଇଥିଲେ।  ଫ୍ଲାଟରେ ରହୁଥିବା ଶଶାଙ୍କ ନାମକ ଯୁବକଙ୍କ ରୁମ୍‌ରେ ଏକ ପାର୍ଟିରେ ଜିଜ୍ଞାସା ଯୋଗଦେବା ସହ ତିନିଦିନ ହେଲା ସେଠାରେ ରହୁଥିଲେ।

Advertisment
Post-mortem Latest Bhubaneswar News Jigyansha Mishra Murder Case Woman Dies Falling Off Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ