Advertisment

ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଶ୍ରୀଜିଉ

ପୁରୀ: ରତ୍ନ ସିଂହାସନ ଛାଡି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସରର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶି ମାତ୍ରାରେ ବଢ଼ି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢ଼ାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ, ରସଛେନା ଆଦି ଭୋଗ ଲାଗିଥାଏ। ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ […]

ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଶ୍ରୀଜିଉ

puri

Advertisment

ପୁରୀ: ରତ୍ନ ସିଂହାସନ ଛାଡି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସରର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶି ମାତ୍ରାରେ ବଢ଼ି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢ଼ାଯିବ।

Advertisment

ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ, ରସଛେନା ଆଦି ଭୋଗ ଲାଗିଥାଏ।

ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଅଲାରନାଥ ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି।

Advertisment

ବିଶ୍ୱାସ ରହିଛି ଅନବସର କାଳରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ। ସେପଟେ ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ପୂରା ଜୋରଦାର ପ୍ରସ୍ତୁତି ଚାଲିଛି। ୩ ରଥ ଚାରିପଟେ ଲାଗିବାକୁ ଥିବା ଅରବେଢ଼ା କାମ ଶେଷ ହୋଇଛି।

ଚିତ୍ରକର, ରୂପକାର ସେବକ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଶେଷ ସ୍ପର୍ଶ ଦେଉଛନ୍ତି।  ଆସନ୍ତା ନେତ୍ର ଉତ୍ସବ ପୂର୍ବରୁ ତିନି ରଥ କାମକୁ ସମ୍ପୂର୍ଣ୍ଣ କରିବାର ବିଧି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ