Advertisment

ଆଖି ବୁଜିଲା ପୋଡ଼ିଯାଇଥିବା ଶିଶୁ

ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ତା’ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁ କନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମା’କୁ ପୋଲିସ୍‌ ଗିରଫ କରିଛି। ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ […]

ଆଖି ବୁଜିଲା ପୋଡ଼ିଯାଇଥିବା ଶିଶୁ

child

Advertisment

ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି।

Advertisment

ତା’ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁ କନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମା’କୁ ପୋଲିସ୍‌ ଗିରଫ କରିଛି।

ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଘରେ କେହି ନଥିବା ସୁଯୋଗ ନେଇ କାଚ ଡିବିରୁ କିରାସିନି ଢାଳି କପଡାରେ ନିଆଁ ଲଗାଇଥିଲା ନିର୍ଦ୍ଦୟୀ ମା’। ଆଉ ଜଳନ୍ତା ନିଆଁରେ ଝିଅକୁ ଫିଙ୍ଗି ଦେଇଥିଲା।

Advertisment

ଶିଶୁର କରୁଣ କାନ୍ଦ ଶୁଣି ପଡୋଶୀ ଆସି ନିଆଁ ମୁହଁରୁ ଶିଶୁ କନ୍ୟାକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ମହିଳାଙ୍କର ମାନସିକ ବିକୃତି ଥିବା ମଧ୍ୟ ସନ୍ଦେହ କରାଯାଉଛି।

Odisha Latest Bhubaneswar News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ