Advertisment

ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍‌ସନ୍‌ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଇଞ୍ଜେକ୍‌ସନ୍‌ ଦେଇଥିବା ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ

infant die

Advertisment

ରାଉରକେଲା: ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି।

Advertisment

ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍‌ସନ୍‌ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଇଞ୍ଜେକ୍‌ସନ୍‌ ଦେଇଥିବା ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ସେପଟେ ଅଭିଯୋଗ ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି।

Advertisment

ଶିଶୁଟିର ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ରାଉରକେଲା ଜୋନ୍- ୩ ଡିଏସପି ସୂଚନା ଦେଇଛନ୍ତି।

Infant Die After Vaccination Infant Infant Die
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ