Advertisment

ଏବର୍ଷ ସ୍ୱାଭାବିକ ରହିବ ବର୍ଷା : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)।  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍‌ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ […]

ଏବର୍ଷ ସ୍ୱାଭାବିକ ରହିବ ବର୍ଷା : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

FARMER

Advertisment

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)।  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି।

Advertisment

publive-imageକ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍‌ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ ପ୍ରତିଶତ କମ୍ କିମ୍ବା ବେଶୀ ହୋଇପାରେ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ ପ୍ରାଥମିକ ପୂର୍ବାନୁମାନ କରାଯାଇଥିବା ବେଳେ ଜୁନ୍‌ରେ ଆଞ୍ଚଳିକ ଭିତ୍ତିରେ ବିସ୍ତୃତ ସୂଚନା ଦିଆଯିବ।

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ପରିମାଣ ୯୬ରୁ ୧୦୪ ପ୍ରତିଶତ ରହିଲେ, ଏହାକୁ ସ୍ୱାଭାବିକ, ୯୦ ପ୍ରତିଶତରୁ କମ୍ ହେଲେ ନିଅଣ୍ଟିଆ ଓ ୧୧୦ ପ୍ରତିଶତରୁ  ଅଧିକ ବର୍ଷା ହେଲେ ଏହାକୁ ଅତିବୃଷ୍ଟି କୁହାଯାଇଥାଏ। ଚଳିତ ବର୍ଷ  ପରିମାଣ କମିବା ଆଶଙ୍କା ଖୁବ୍ କମ୍ ବୋଲି IMD କହିଛି।

Advertisment
IMD Normal Monsoon Rainfall In 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ