Advertisment

ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି

ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି।  ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ […]

ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି

ICGS Sucheta Kriplani

Advertisment

ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି।  ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ।

Advertisment

ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା।

୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ ମୋଟ ୫୦ହଜାର ୭୩୬ ଘଣ୍ଟା ଜଳଯାତ୍ରା କରିଛି। ନିଜର କାର୍ଯ୍ୟକାଳ ମଧ୍ୟରେ ୧୩୪ ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ୧୬ଟି ବିପଦଗ୍ରସ୍ତ ମାଛଧରା ବୋଟକୁ ଉଦ୍ଧାର କରିବାରେ ସମର୍ଥ ହୋଇଛି ଏହି ଜାହାଜ। ୧୯୯୯ ମହାବାତ୍ୟା ସମୟରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବାରେ ମଧ୍ୟ ନିୟୋଜିତ ହୋଇଥିଲା ସୁଚେତା କ୍ରିପାଲିନୀ।

Advertisment
Sucheta Kriplani Indian Coast Guard Ship ICGS Sucheta Kriplani Retired ICGS Sucheta Kriplani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ